ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଅଧି ବର୍ଷ, ୪ବର୍ଷରେ ଥରେ ପଡେ ୨୯ ତାରିଖ: ଫେବ୍ରୁଆରୀରେ ଯୋଡ଼ି ହେଲା ଅଧିକ ଗୋଟିଏ ଦିନ

Published By : Prameya | February 29, 2024 8:05 AM

ଭୁବନେଶ୍ୱର,୨୯/୦୨: ଫେବୃଆରୀ ମାସ ୨୮ ତାରିଖରେ ଶେଷ ହୁଏ । ହେଲେ ଚଳିତବର୍ଷ ଫେବୃଆରୀ ୨୮ଦିନ ପରିବର୍ତ୍ତେ ୨୯ ଦିନ ହେବ ।  ଅର୍ଥାତ୍‌ ଏହି ବର୍ଷ ଫେବୃଆରୀରେ ଏକ ଅତିରିକ୍ତ  ଦିନ ରହିବ  । ଯାହା ଅଧି ବର୍ଷ ବା ଇଂରାଜୀରେ  "ଲିପ୍‌ ଇୟର୍‌’ ଭାବେ ପରିଚିତ। ଏହି ଦିନ ଜନ୍ମିତ ବ୍ୟକ୍ତି ବା ଯାହାର ବିବାହ ହୋଇଥିବ, ସେମାନେ  ୪ବର୍ଷରେ ଥରେ ବାର୍ଷିକୀ ପାଳନ କରନ୍ତି ।  ଗୁରୁବାର ମଧ୍ୟ ବହୁ ଲୋକ ଏହି ଦିନକୁ ବଡ଼ ଉତ୍ସାହର ସହ ପାଳନ କରିବେ । 

କ୍ୟାଲେଣ୍ଡର ବର୍ଷକୁ ୩୬୫ ଦିନ ଧରାଯାଏ ।  ଫଳରେ, ପ୍ରତିବର୍ଷ ଅତିରିକ୍ତ ୫ ଘଣ୍ଟା ୪୮ ମିନିଟ୍‌  ୫୬ ସେକେଣ୍ଡ୍‌ ବଳି ପଡେ । ପ୍ରାୟ ୪ ବର୍ଷରେ  ଗୋଟିଏ ଅତିରିକ୍ତ ଦିନ ବଳିପଡେ । ଏହା ଫଳରେ  ଉତ୍ତର ଗୋଲାର୍ଦ୍ଧରେ ଜୁନ୍‌ ମାସରେ ପଡୁଥିବା  ଗ୍ରୀଷ୍ମ ଋତୁ ପ୍ରାୟ ୭୦୦ ବର୍ଷ ମଧ୍ୟରେ ଡିସେମ୍ବର  ମାସରେ ପଡିଲା  । ତେଣୁ ଏହାର ସଂଶାଧନ ପାଇଁ  ପ୍ରତି ଚାରି ବର୍ଷରେ ଫେବୃଆରୀ ମାସରେ ଏକ ଅତିରିକ୍ତ  ଦିନ ଯୋଗ କରି କ୍ୟାଲେଣ୍ଡରର ବର୍ଷଗୁଡିକୁ ଋତୁ  ସହ ସମାନ କରାଗଲା କିନ୍ତୁ ଏହା ମଧ୍ୟ ପୁରା ଠିକ୍‌  ହେଲାନାହିଁ  । 

କାରଣ ପ୍ରତି ବର୍ଷ ଅତିରିକ୍ତ ୫ ଘଣ୍ଟା  ୪୮ ମିନିଟ୍‌ ୫୬ ସେକେଣ୍ଡ୍‌ ସ୍ଥାନରେ ବର୍ଷକୁ ୬ ଘଣ୍ଟା ସଂଶୋଧନ କଲେ, ପୁନର୍ବାର ବର୍ଷକୁ ୧୧ ମିନିଟ୍‌ ୪  ସେକେଣ୍ଡ୍‌ କମିବାରେ ଲାଗିଲା । ତେଣୁ ପୁନର୍ବାର ଏକ  ସଂଶୋଧନର ଆବଶ୍ୟକତା ପଡିଲା । ପରେ ନିୟମ  କରାଗଲା ଯେ ଚାରି ଦ୍ୱାରା ବିଭାଜିତ ବର୍ଷଗୁଡିକରେ  ଫେବୃଆରୀ ମାସରେ ଏକ ଅତିରିକ୍ତ ଦିନ ଯୋଗ  କରାଯିବ । କିନ୍ତୁ ଯଦି ବର୍ଷଟି ୧୦୦ ଦ୍ୱାରା ବିଭାଜିତ  ହୁଏ ଏବଂ ୪୦୦ ଦ୍ୱାରା ବିଭାଜିତ ନହୁଏ, ତେବେ ଅଧି  ବର୍ଷକୁ ଏଡ଼ାଇ ଦିଆଯିବ ଅର୍ଥାତ ସେହି ବର୍ଷ ଫେବୃଆରୀ  ମାସରେ ଏକ ଅତିରିକ୍ତ ଦିନ ଯୋଗ କରାଯିବ ନାହିଁ  ।  

ଉଦାହରଣ ସ୍ୱରୂପ ୨୦୦୦ ମସିହା ଏକ ଅଧି ବର୍ଷ ଥିଲା,  କିନ୍ତୁ ୧୭୦୦, ୧୮୦୦, ଏବଂ ୧୯୦୦ ମସିହାକୁ ଅଧିବର୍ଷ  ରୂପେ ଗଣନା କରାଯାଇନଥିଲା  । ପରବର୍ତ୍ତୀ ୨୧୦୦,  ୨୨୦୦ ଏବଂ ୨୩୦୦ ମସିହାକୁ ଅଧିବର୍ଷ ରୂପେ  ଗଣନା କରାଯିବ ନାହିଁ କିନ୍ତୁ ୨୪୦୦ ମସିହାକୁ  ଅଧିବର୍ଷ ରୂପେ ଗଣନା କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.