ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୪ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ବ ରେକର୍ଡ କରିଥିଲେ ସଚିନ ତେନ୍ଦୁଲକର

Image Courtesy: indiatoday

ନୂଆଦିଲ୍ଲୀ: ୨୦୧୦ ଆଜିର ଦିନରେ ବିଶ୍ବ ରେକର୍ଡ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଦକ୍ଷିଣ ଆଫ୍ରିକା ବିପକ୍ଷରେ ତେନ୍ଦୁଲକର ଐତିହାସିକ ପାଳି ଖେଳିଥିଲେ । ସଚିନ ତେନ୍ଦୁଲକର ଦିନିକିଆରେ ଦ୍ବିଶତକ କରିବାରେ ପ୍ରଥମ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ଅପରାଜିତ ଡବଲ୍‌ ସେଞ୍ଚୁରି କରି ରେକର୍ଡ କରିଥିଲେ ।

୧୪୭ ବଲରେ ୨୫ ଚୌକା ଏବଂ ୩ଟି ଛକା ସହ ଅପରାଜିତ ୨୦୦ ରନ୍‌ କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ତେନ୍ଦୁଲକର । ଡବଲ ସେଞ୍ଚୁରି କରିବା ବେଳେ ତେନ୍ଦୁଲକରଙ୍କ ସଂ କ୍ରିଜ୍‌ରେ ଥିଲେ ମହେନ୍ଦ୍ର ସିଂହ ଧୋନି । ସଚିନଙ୍କ ଦ୍ବିଶତକ ବଳରେ ଭାରତୀୟ ଟିମ୍‌ ୫୦ ଓଭରରେ ୪୦୧ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । 




ସେପଟେ ଲକ୍ଷ୍ୟର ପିଛା କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ୨୪୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ସାଉଥ ଆଫ୍ରିକାକୁ ୧୫୩ ରନରେ ପରାସ୍ତ କରିଥିଲା ଭାରତ । ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୦୧ ବଲ୍‌ରେ ୧୩ ଚୌକା ଏବଂ ୨ଟି ଛକା ସହ ଅପରାଜିତ ୧୧୪ ରନ୍‌ କରିଥିଲେ ଏବି ଡିଭିଲିୟର୍ସ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.