ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଫେସର ଡା. ନିରଞ୍ଜନ ମହାନ୍ତିଙ୍କୁ ଲିଭିଙ୍ଗ୍‍ ଲିଜେଣ୍ଡ୍‍ ଆୱାର୍ଡ

ଭୁବନେଶ୍ବର,୧୦।୨ : ହାଇଦ୍ରାବାଦଠାରେ ଆଇଆଇଏଚପି ଓ ତେଲେଙ୍ଗାନାର ସମସ୍ତ ହୋମିଓପ୍ୟାଥିକ୍‍ ମେଡିକାଲ କଲେଜର ମିଳିତ ଆନୁକୁଲ୍ୟରେ ଏକ ଆନ୍ତର୍ଜାତୀୟ ହୋମିଓପ୍ୟାଥିକ ସମ୍ମିଳନୀ ଦୁଇ ଦିନ ଧରି ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ଦେଶ ଓ ବିଦେଶରୁ ବିଶିଷ୍ଟ ଡାକ୍ତର ଯୋଗଦାନ କରିଛନ୍ତି । ଏହି ବିଶିଷ୍ଟ ସମ୍ମିଳନୀରେ ଡା. ନିରଞ୍ଜନ ମହାନ୍ତିଙ୍କୁ “ଳିଭିଙ୍ଗ୍‍ ଲିଜେଣ୍ଡ ଆୱାର୍ଡ ରେ ସମ୍ମାନିତ କରାଯାଇଛି । ସେ ମୁଖ୍ୟ ବ୍ୟକ୍ତାଭାବରେ ଯୋଗଦାନକରି ନିଜର ସଂଦର୍ଭ “Auto immune disorders in Homoeopathy with special reference to Psoriasis” ଶୀର୍ଷକ ଉପରେ ଆଲୋକ ପାତ କରି ଜନ ମାନସ ଦ୍ୱାରା ଆଦୃତ ହୋଇଛନ୍ତି ।

ସେ ନିଜ ଜୀବନ କାଳରେ ୧୬ବର୍ଷ ଉପସ୍ନାତକର ପ୍ରଧାନ ଅଂଶ ଓ ରିପୋଟୋରୀ ବିଭାଗର ଅଧ୍ୟାପକ ରୂପେ କାର୍ଯ୍ୟରତ ଥିଲେ। ସେଥିମଧ୍ୟରୁ ୩ବର୍ଷ ସେ ଡ଼ା. ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ୍‍ ମେଡିକାଲ କଲେଜ ଓ ହସପିଟାଲରେ ଅଧକ୍ଷ ଏବଂ ଅଧିକ୍ଷକ ରୂପେ କାର୍ଯ୍ୟରତ ଥିଲେ ।

ଦୀର୍ଘ ୪୫ ବର୍ଷ ଧରି ଚିକିତ୍ସା ଓ ଅଧ୍ୟାପନା ସହିତ ବହୁ ମୂଲ୍ୟବାନ ପାଠ୍ୟପୁସ୍ତକ ଲେଖି ହୋମିଓପ୍ୟାଥିକ ଚିକିତ୍ସା ଜଗତକୁ ନୂତନ ଆଲୋକ ଦେଖାଇବା ସହିତ ରାଜ୍ୟ ଓ ଦେଶ, ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି । ଜାତୀୟ ଓ ଆନ୍ତର୍ଜାତିୟ ହୋମିଓପ୍ୟାଥିକ ସମ୍ମିଳନୀରେ ଯୋଗାଦାନ ସହିତ ବିଭିନ୍ନ ପ୍ରମାଣ ଭିତ୍ତିକ ସଫଳତା ଉପସ୍ଥାପନା କରିବା ସହିତ ବିଶ୍ୱଦରବାରରେ ହୋମିଓପ୍ୟାଥିର ଉପଯୋଗିତାକୁ ପରିଚିତ କରାଇପାରିଛନ୍ତି ।

ଡ଼ାକ୍ତର ମହାନ୍ତି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍‍, ଜାତୀୟ ସଭାପତି ଆଇଆଇଏଚପି ଓ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ହୋମିଓପାଥିକ୍‍ ଅନୁସନ୍ଧାନ ପରିଷଦର ପୂର୍ବତନ ସଦସ୍ୟ, ଜାତୀୟ ରୋଗ ଗବେଷଣା କେନ୍ଦ୍ରର ସଭାପତି  ରହିଛନ୍ତି। ଏଥିସହ ଦୀର୍ଘ ୨୭ବର୍ଷ ଧରି ଜାତୀୟ ପରିବାର ନିୟୋଜନ ସେବାରେ ବିଭିନ୍ନ ପଦପଦବୀ ଓ ଶେଷରେ ସଭାପତି ଦାୟିତ୍ୱ ତୁଲାଇଥିଲେ । ଏହା ବ୍ୟତୀତ ହୋମିଓପ୍ୟାଥିର ପ୍ରଚାର ଓ ପ୍ରସାର ଦିଗରେ ନିଜେ ଦୂରଦର୍ଶନ, ଭାରତୀୟ ଆକାଶବାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଉପସ୍ଥାପନା କରିବା ସହିତ ବହୁ ଡାକ୍ତରୀ ଅନୁଚ୍ଛେଦକୁ ପତ୍ରିକା ଓ ଖବର କାଗଜ ମାଧ୍ୟମରେ ପ୍ରକାଶ କରି ଆସୁଛନ୍ତି । 

ପୂର୍ବତନ ନ୍ୟାସନାଲ ଭାଇସ୍‍ ପ୍ରେସିଡେଣ୍ଟ୍‍ ଟୁ ଏଲ୍‍.ଏମ୍‍.ଏଚ୍‍.ଆଇ. (ବିଶ୍ୱ ହୋମିଓପ୍ୟାଥିକ ସଂଘ) ଏଠାରେ ସେ ଭାରତୀୟ ହୋମିଓପ୍ୟାଥିକ ଚିକିତ୍ସାକୁ ଉଚ୍ଚକୋଟୀର କରିବାରେ ସକ୍ଷମ ହୋଇଛନ୍ତି । ଡ଼ା ମହାନ୍ତିଙ୍କ ବଦାନ୍ୟତା ଜାତୀୟ ପରିବାର ନିୟୋଜନ ସଂସ୍ଥାକୁ ପ୍ରତି ବର୍ଷ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ମରୁତି, ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି । ଏହା ବ୍ୟତିତ ଭାରତ ସରକାରଙ୍କ ଦ୍ୱରା ମିଳିଥିବା ଶ୍ରେଷ୍ଠ ଶିକ୍ଷକ ପୁରସ୍କାରରେ ଦିଆଯାଇଥିବା ସମସ୍ତ ରାଶି ୨,୦୦,୦୦୦ ଟଙ୍କା ବିନା ଦ୍ୱିଧାରେ ତତ୍‍କ୍ଷଣାତ୍‍ ଇନ୍‍ଣ୍ଡିଆନ୍‍ ଇନ୍‍ଟିଭଟ୍‍ ଅଫ୍‍ ହୋମିଓପ୍ୟାଥିକ ଫିଜିସିଆନ ସଂସ୍ଥାନକୁ ଦାନ ସ୍ୱରୂପ ପ୍ରଦାନ କରିଥିଲେ ।

୧୯୭୫ ମସିହା ଠାରୁ ଆଜି ପର୍ଯ୍ୟନ୍ତ ନିଜକୁ ଦିନରାତି ଧନୀ ଓ ଗରିବ ନିର୍ବିଶେଷରେ ନିଜକୁ ଡାକ୍ତରୀ ସେବାରେ ନିୟୋଜିତ କରି ଆସୁଛନ୍ତି । ବର୍ତ୍ତମାନ ଭାରତ ବର୍ଷର ବିଭିନ୍ନ କୋଣରୁ ପୁରାତନ ଓ ଅସାଧ୍ୟ ରୋଗୀ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଛନ୍ତି । ବର୍ତ୍ତମାନ ସେ ନିଜ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଧର୍ମବିହାର ବାସଭବନରେ ଚିକିତ୍ସା ସିହତ ଆନ୍ତର୍ଜାତିୟ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ନିଜର ଶିକ୍ଷା ଓ ଗବେଷଣା ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.