ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାସନ କାର୍ଡରେ ନାମ ସଂଯୋଗ ପାଇଁ ବ୍ଲକରେ ଭିଡ

ଦାରିଙ୍ଗବାଡି, ୨୮/୨: ରାସନ କାର୍ଡରେ ନାମ ସଂଯୋଗ କରିବା ପ୍ରତି ଦିନ ବ୍ଲକ କାର୍ଯ୍ୟାଳୟରେ ଲାଗୁଛି ଲମ୍ବା ଲାଇନ । ଲୋକ ଲାଇନରେ ଠିଆ ହୋଇ ନାମ ସଂଯୋଗ ନିମନ୍ତେ ଦେଉଛନ୍ତି ଆବେଦନପତ୍ର ।   ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । 

 ଏହି ବ୍ଲକରେ ୨୫ ଗୋଟି ପଞ୍ଚାୟତର ରହିଥିବା ବେଳେ ଆଜକୁ ୪ ବର୍ଷ ରୁ ଊର୍ଦ୍ଧ୍ବ ହେବ ରାସନ କାର୍ଡରେ ନାମ ସଂଯୋଗ ହେଉନାହିଁ । ଫଳରେ ଦାରିଙ୍ଗବାଡି ବ୍ଲକରେ ୭ ହଜାର ରୁ ଉର୍ଦ୍ଧ ଲୋକଙ୍କ ନାମ ସଂଯୋଗ ହୋଇପାରି ନାହିଁ। ପ୍ରତି ଦିନ ଶହ ଶହ ଲୋକ ଆସି ନିଜ ପରିବାର ସଦସ୍ୟ ଙ୍କ ନାମ ସଂଯୋଗ ପାଇଁ ଦରଖାସ୍ତ ପ୍ରଦାନ କରୁଥିବା ବେଳେ ତାହା ହେଉନାହିଁ। ଲୋକେ ଦୂରଦୁରାନ୍ତ ରୁ ଆସି ଅଯଥା ଖର୍ଚ୍ଚାନ୍ତ ହୋଇ ଘରକୁ ଫେରୁ ଥିବା ଗୋଦାପୁର ଗ୍ରାମର ସବିତା ବଳିଆର୍ସିଂ, ମାଧୁରୀ ନାୟକ, ଜ୍ୟୋତିମା ସିଂ, ସୁନନ୍ଦା ବେହେରା, ସିମନବାଡ଼ି ଗ୍ରାମର ଆଲୋକ ପ୍ରଧାନ, ଇନୋସ ପ୍ରଧାନ, ବ୍ରହ୍ମାନନ୍ଦ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।  ୨ ବର୍ଷ ମଧ୍ୟରେ ଏକାଧିକ ଥର ଆସିଥିଲେ ସୁଦ୍ଧା ସଂଯୋଗ ହୋଇପାରି ନଥିବା ବେଳେ ଯିବାଆସିବା ହୋଇ ସମୟ ନଷ୍ଟ ସହ ଟଙ୍କା ଖର୍ଚ୍ଚ ହେଉଛି । ଏଣୁ ଯଥା ଶୀଘ୍ର ରାସନ କାର୍ଡ ଗୁଡିକରେ ନୂତନ ସଂଯୋଗ କରିବା ନିମନ୍ତେ ଆବେଦନକାରି ମାନେ ଦାବି କରିଛନ୍ତି।  ବ୍ଲକ ଯୋଗାଣ ନୀରିକ୍ଷକ ନିହାର ରଞ୍ଜନ ବେହେରା ଙ୍କୁ ପଚାରିବାରୁ ସେ କହିଲେ ରାସନ୍ କାର୍ଡ ରେ ନୂତନ ଲୋକଙ୍କୁ ଯୋଗ କରିବା ନିମନ୍ତେ କୌଣସି ଟାର୍ଗେଟ ନାହିଁ, ଏଣୁ ସରକାର ଙ୍କ ପକ୍ଷରୁ ଟାର୍ଗେଟ ଆସିଲେ ତାହା ସଂଯୋଗ କରାଯିବ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.