ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମାଲକାନଗିରି ସହରରେ ପାଗଳ ଗାଈର ଦୌରାତ୍ମ୍ୟ, ଥାନା ଫାଟକ ନିକଟରେ ହଙ୍ଗାମା

ମାଲକାନଗିରି,୧୨/୨ : ମାଲକାନଗିରି ପୌରପରିଷଦ ଅଞ୍ଚଳରେ ଗତ କିଛିଦିନ ତଳେ ବୁଲାକୁକୁରଙ୍କ ପ୍ରାଦୁର୍ଭାବ ଦେଖାଦେଇଥିବାବେଳେ ଆଜି ଏକ ପାଗଳ ଗାଈର ଦୌରାତ୍ମ ଦେଖିବାକୁ ମିଳିଛି । ସକାଳେ ଏକ ପାଗଳ ଗାଈ ଟିଏ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ବୁଲି ବାଟୋଇ ଓ ଲୋକମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲା । ତା’ର ଭୟରେ ବାଟୋଇମାନେ ଧାଁ ଦୌଡ଼ କରି ପଳାଇବା ସହ ଦୋକାନୀମାନେ ଦୋକାନ କବାଟ ବନ୍ଦ କରିଦେଇଥିଲେ ।  ଉକ୍ତ ଗାଈଟି ଆଜି ସକାଳେ ସହରର ବିଭିନ୍ନ ସ୍ଥାନରେ ପାଗଳ ପରି ଧାଁ ଦୌଡ଼ କରିବା ପରେ ମାଲକାନଗିରି ଆଦର୍ଶ ଥାନା ନିକଟକୁ ପଳାଇ ଆସିଥିଲା । 

ସେ ଥାନାର ମୁଖ୍ୟ ଫାଟକ ସମ୍ମୁଖରେ ହାଙ୍ଗାମା କରି ତାର ଭୟଙ୍କର ରୂପ ଦେଖାଇଥିଲା । ଥାନା ପରିସର ଭିତରକୁ କିମ୍ବା ବାହାରକୁ କାହାରିକୁ ଛାଡ଼ି ନଥିଲା । ଏମିତି କି ପୁଲିସ କର୍ମଚାରୀଙ୍କୁ ମଧ୍ୟ ମାରି ଗୋଡ଼ାଇଥିଲା । ପୁଲିସ କର୍ମଚାରୀ ଓ ଲୋକମାନେ ଭୟଭୀତ ହୋଇପଡିଥିଲେ। ଉକ୍ତ ଗାଈଟି ପ୍ରାୟ ଏକ ଘଣ୍ଟା ଧରି ଥାନା ପରିସର ଓ ଗେଟ ନିକଟରେ ଜଗି ରହି ସମସ୍ତଙ୍କୁ ମାରି ଗୋଡ଼ାଇଥିଲା । ଉକ୍ତ ଗାଈଟିର ପାଟିରୁ ଫେଣ ବାହରୁଥିବାରୁ ଗାଇଟିକୁ କୌଣସି ପାଗଳ କୁକୁର କାମୁଡ଼ି ଦେବା ଦ୍ୱାରା ସେ ପାଗଳ ହୋଇଯାଇଥାଇପାରେ ବୋଲି ଥାନା ଅଧିକାରୀ ରିଗନ କିଣ୍ଡୋ ସନ୍ଦେହ କରି ଏ ସମ୍ପର୍କରେ ପୌରପରିଷଦ ବିଭାଗକୁ ଫୋନ ଯୋଗେ ଜଣାଇ ଗାଈଟିକୁ ସୁରକ୍ଷିତ ଭାବେ ପଶୁ ଚିକିତ୍ସା କେନ୍ଦ୍ରକୁ ପଠାଇ ତାର ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଜଣାଇଥିଲେ ।  

ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଦିନକୁ ଦିନ କୁକୁର ଓ ଗାଈ ଗୋରୁଙ୍କ ପାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି ।  ଏ ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ, ପୌର ପରିଷଦ କୌଣସି ପଦକ୍ଷେପ ନେଉ ନ ଥିବାରୁ ରାଜରାସ୍ତାରେ ଗୋରୁ ଗାଈ ଓ କୁକୁରମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଜନସାଧାରଣ ମଧ୍ୟ ଆକ୍ରମଣ ଓ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତୁରନ୍ତ ମାଲକାନଗିରି ପୌର ପରିଷଦ ତରଫରୁ ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.