ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଶାହରୁଖ ଖାନ ନୁହେଁ ଏବେ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବାସଡର

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଙ୍ଗଲର ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ସୌରଭ ଗଙ୍ଗୋପାଧ୍ୟାୟ ଓରଫ ସୌରଭ ଗାଙ୍ଗୁଲିଙ୍କ ନାମ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ଆୟୋଜିତ ବେଙ୍ଗଲ ଗ୍ଲୋବାଲ ବିଜନେସ୍‌ ସମିଟ-୨୦୨୩ରେ ପୂର୍ବତନ କ୍ରିକେଟର ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା । 

ନ୍ୟୁଜ ଏଜେନ୍ସି ଏଏନଆଇରେ ସେୟାର ହୋଇଥିବା ଏକ ଭିଡିଓ ଅନୁସାରେ, ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ଭାବେ ଗାଙ୍ଗୁଲିଙ୍କ ନାଁ ଘୋଷଣା କରିବା ସହ ତାଙ୍କ ଲୋକପ୍ରିୟତା ବଖାଣିଥିଲେ ମମତା । ଏହା ସହ ଗାଙ୍ଗୁଲି ଯୁବପିଢ଼ିଙ୍କ ପ୍ରେରଣା ବୋଲି କହିଥିଲେ । ବେଙ୍ଗଲ ଗ୍ଲୋବାଲ ବିଜନେସ୍‌ ସମିଟ୍‌ ଏକ ବାର୍ଷିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ପ୍ରାୟ ୧୭ଟି ଦେଶରୁ ଶତାଧିକ କମ୍ପାନି ଯୋଗ ଦେଇଥାନ୍ତି । ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, ଜାପାନ, କୋରିଆ, ଜର୍ମାନୀ ଏବଂ ଫ୍ରାନ୍ସ ଭଳି ଦେଶରୁ ବହୁ କମ୍ପାନି ଏହି ଦୁଇ ଦିବସୀୟ ସମ୍ମିଳନୀରେ ଯୋଗ ଦେଇଥାନ୍ତି । 

ଗ୍ଲୋବାଲ ବିଜନେସ ସମିଟ୍‌-୨୦୨୩ ର ଉଦଘାଟନ ସହ ମମତା ବାନାର୍ଜୀ ରାଜ୍ୟର ବିଭିନ୍ନ ବିକାଶ ମଡେଲର ପେଡି ଖୋଲିଥିଲେ । ଏହା ଦ୍ବାରା ରାଜ୍ୟର ରପ୍ତାନୀ ବୃଦ୍ଧି କରାଇବା ସହ ନିର୍ମାଣ କ୍ଷେତ୍ରରେ ବେଙ୍ଗଲ କିଭଳି ଅଗ୍ରଗତି କରିପାରିବ ସେନେଇ ବୁଝାଇବାକୁ ଚେଷ୍ଟା କରିଥିଲେ ସିଏମ ମମତା । ଏହା ବ୍ୟତୀତ ବାୟୋ-ଫୁଏଲ ଦିଗରେ ଆଗକୁ ବଢ଼ିବା ସହ ଦିଘାରୁ ପୂର୍ବ ଭାରତ ପର୍ଯ୍ୟନ୍ତ ସମୁଦ୍ର ତଳେ କେବୁଲ ବିଛାଇ ଇଣ୍ଟରନେଟ ସଂଯୋଗୀକରଣ ଉପରେ ଗରୁତ୍ବାରୋପ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।


  • CM Mamata
  • Sourav Ganguly
  • West Bengal
  • Copyright © 2022 - Summa Real Media Private Limited. All Rights Reserved.