ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୬ ଦିନ ହେଲା କଞ୍ଚା ଚିକେନ ଖାଉଛନ୍ତି ଏହି ବ୍ୟକ୍ତି ! କହିଲେ, ଏହି ଅଜବ ଶପଥ ପଛର କାରଣ

ନୂଆଦିଲ୍ଲୀ : ଦୁନିଆରେ ଅନେକ ପ୍ରକାରର ଲୋକ ଥା'ନ୍ତି , ଯେଉଁମାନେ ନିଜର ଅଜବ ହରକତ ଯୋଗୁଁ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି। ଏହି କ୍ରମରେ ଜଣେ ବ୍ୟକ୍ତି ନିଜକୁ ଅଜବଗଜବ ଚ୍ୟାଲେଞ୍ଜ ଦେଇଛନ୍ତି। ଏହି ବ୍ୟକ୍ତି ୧୬ ଦିନ ହେବ କଞ୍ଚା ମାଂସ (ଚିକେନ) ଖାଉଛନ୍ତି। ତାଙ୍କର କହିବା ହେଲା କି, ଯଦିଓ ଚିକେନ୍‌ର ଅନେକ ପ୍ରକାରର ରେସିପି ଥାଏ , କିନ୍ତୁ ଏହାର ଚ୍ୟାଲେଞ୍ଜ ନିଆରା। ସେ ରୋଗରେ ପଡ଼ିବା ଯାଏ ଏମିତି କରିବା ଜାରି ରଖିବେ। ସେ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ କଞ୍ଚା ଚିକେନ୍‌ରେ ବ୍ଲାକ୍‌ ପେପର ଓ ଗୁଡ ସହ ବଡ଼ ଉତ୍ସାହର ସହ ଖାଉଛନ୍ତି।

ଏହି ବ୍ୟକ୍ତିଙ୍କ ନାଁ ଜନ୍‌। ଯିଏ ଶପଥ ନେଇଛନ୍ତି କି ରୋଗ ହେବା ଯାଏ ପ୍ରତିଦିନ କଞ୍ଚା ଚିକେନ ଖାଉଥିବି। ନିଜ ଭିଡ଼ିଓରେ ସେ ଦାବି କରିଛନ୍ତି ସେ ୧୬ଦିନ ହେବ କଞ୍ଚା ଚିକେନ ଖାଉଛନ୍ତି ଏବଂ ତାଙ୍କୁ ଏଥିରେ କୌଣସି ପ୍ରକାରର ସମସ୍ୟା ଅନୁଭବ ହେଉନାହିଁ। ନିଜର ଏହି ଏକ୍ସପେରିମେଣ୍ଟକୁ ସେ ‘ ର ଚିକେନ ଏକ୍ସପେରିମେଣ୍ଟ’ ନାମ ଦେଇଛନ୍ତି। 

ଭିଡ଼ିଓରେ ସେ କଞ୍ଚା ଚିକେନ ଖାଉ ଥିବାର ଦେଖିବାକୁ ମିଳୁଛି। ସେ ଜୁସ୍‌ ମଧ୍ୟ ପିଉଛନ୍ତି , କଞ୍ଚା ଅଣ୍ଡା ଖାଉଛନ୍ତି। ନିଜର ନୂତନ ଭିଡ଼ିଓରେ , ତାଙ୍କୁ କଞ୍ଚା ଚିକେନ ଉପରେ ଗୁଡ଼ ଓ ବ୍ଲାକ ପେପର ଲଗେଇ ଖାଉ ଥିବାର ଦେଖିବାକୁ ମିଳୁଛି। 

ର ଚିକେନ୍‌ ଏକ୍ସପେରିମେଣ୍ଟ ରେ ଜନ୍‌ କହୁଛନ୍ତି , ଏହା ଏହ ପ୍ରକାରରର ବୈଜ୍ଞାନିକ ପରୀକ୍ଷଣ। ସେ ଏତେଦିନ ଧରି କଞ୍ଚା ଚିକେନ୍‌ ଖାଉଛନ୍ତି , କିନ୍ତୁ ତାଙ୍କୁ କୌଣସି ପ୍ରକାରର ଶାରୀରିକ ସମସ୍ୟା ହୋଇ ନାହିଁ। ସେ କହୁଛନ୍ତି , ପ୍ରୟୋଗର ୧୬ ଦିନ ଯାଏ କରିବା ଏହା ନିଶ୍ଚୟ ଏକ ପାଗଣପଣ,  ହେଲେ ମୁଁ କହିବାକୁ ଚାହୁଁଛି କି ଏବେସୁଦ୍ଧା ସଂପୂର୍ଣ୍ଣ ଠିକ୍‌ ଅଛି। 

ଜନ୍‌ ଏବି ଭିଡ଼ିଓକୁ ୧୫.୩ ମିଲିୟନରୁ ଅଧିକ ଥର ଦେଖାଯାଇଛି ଏବଂ ଇଣ୍ଟରନେଟ୍ରେ ଏହା ଖୁବ୍‌ ଭାଇରାଲ ହେଉଛି। ହେଲେ ଜନ୍‌ ଦର୍ଶକଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି କି ଏହାକୁ ଘରେ ଆପଣାନ୍ତୁ ନାହିଁ । ଏହି ପରୀକ୍ଷଣ ବିଜ୍ଞାନ ପାଇଁ ସମର୍ପିତ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.