ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଖାଦ୍ୟରୁ ମିଳିଲା ମୃତ ଅସରପା, ରେଲୱେ ଦେଲା ଏମିତି ଜବାବ

ଜବଲପୁର : ଭାରତୀୟ ରେଲୱେର ଫୁଡ୍‌ କ୍ୱାଲିଟି ଉପରେ ଅନେକ ଥର ଉଠିଛି ପ୍ରଶ୍ନ। ପ୍ରତିଥର ଜରୁରୀ ପଦକ୍ଷେପ ନିଆଯିବାର ଆଶ୍ୱାସନା ଦିଆ ଯାଏ, କିନ୍ତୁ ପୁଣି କିଛି ଏମିତି ମାମଲା ସାମନାକୁ ଆସିଯାଏ ,ଯେଉଁଥିରେ ପୁଣି ଲୋକେ ନିରାଶ ହୋଇ ଯାନ୍ତି। ଏହିଥର ମାମଲାଟି ମଧ୍ୟପ୍ରଦେଶରେ ଘଟିଛି, ଯେଉଁଠି ଜଣେ ଯାତ୍ରୀ ଖାଦ୍ୟରେ ମୃତ ଅସରପାକୁ ଦେଖିବାକୁ ପାଇଥିଲେ। ଆଶ୍ଚର୍ଯ୍ୟକର କଥା ଏହାକି ଏହି ଖାଦ୍ୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଥିଲା। ଏହା ସେହି ଟ୍ରେନ୍‌ ଯିଏ ଲୋକଙ୍କୁ ତାଙ୍କର ଲକ୍ଷ୍ୟ ସ୍ଥଳରେ ଖୁବ୍‌ ଶୀଘ୍ର ପହଞ୍ଚାଇବା ସହ ଖାଦ୍ୟପେୟର ସୁବିଧା ମଧ୍ୟ ଉପଲବ୍ଧ କରାଇ ଥାଏ। ଏହି ସବୁ କାରଣ ଯୋଗୁଁ ଲୋକେ ଏହି ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏବେ ଏହି ଟ୍ରେନର ଖାଦ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଛ।

ମାମଲାଟି ୧ ଫେବ୍ରୁଆରୀର ଥିବା କୁହାଯାଉଛି। ଯାତ୍ରୀ ଜଣଙ୍କ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ରାଣୀ କମଲାପତିରୁ ଜବଲପୁର ଜଙ୍କସନ ଯାଉଥିଲେ। ଏହି ସମୟରେ ଏହି ଟ୍ରେନ୍‌ ପକ୍ଷରୁ ଖାଦ୍ୟ ନିଆଗଲା। ଯାତ୍ରୀ ନନଭେଜ୍ ଥାଳୀ ଅର୍ଡର କରିଥିଲେ , କିନ୍ତୁ ସେ ଥାଳି ଖୋଲିଲା ପରେ ଆଶ୍ଚର୍ଯ୍ୟ ହୋଇଗଲେ। ଏଥିରେ ନିଜ ଖାଦ୍ୟରେ ମରି ଯାଇଥିବା ଅସରପା ଦେଖିବାକୁ ପାଇଲେ। ଏହାପରେ ସେ ଜବଲପୁର ଷ୍ଟେସନରେ ମାମଲା ନେଇ ଅଭିଯୋଗ କରିଥିଲେ ଏବଂ ଟ୍ୱିଟରରେ ଏହାର ସୂଚନା ଦେଇଥିଲେ। 

ଯାତ୍ରୀ ଜଣଙ୍କ ଟ୍ରେନ୍‌ର ଖାଦ୍ୟର ଫଟୋ ଓ ଅଭିଯୋଗର କପି ଟ୍ୱିଟରରେ ସେୟାର କରି ଲେଖିଥିଲେ - ମୁଁ ୧ ଫେବ୍ରୁଆରୀରେ ବନ୍ଦେ ଭାରତ ଏକ୍ସପ୍ରେସନ୍‌ରେ ଯାତ୍ରା କରୁଥିଲି। ମୋତେ ଟ୍ରେନ୍‌ରେ ଯେଉଁ ଖାଦ୍ୟ ଦିଆଗଲା ଏବଂ ସେଥିରେ ମୃତ ଅସରପା ଥିଲା, ଯାହାକୁ ଦେଖି ମୁଁ ଚିନ୍ତାରେ ପଡ଼ିଗଲି। 

ଯାତ୍ରୀ ଜଣଙ୍କ ଭାରତୀୟ ରେଲୱେ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଏହି ପୋଷ୍ଟରେ ଟ୍ୟାଗ୍‌ କରିଥିଲେ। ଏହି ପୋଷ୍ଟକୁ ନେଇ ଆଇଆରସିଟିସି ତୁରନ୍ତ ପ୍ରତିକ୍ରିୟା ଦେଇଥିଲା ଏବଂ ଅଫିସିଆଲି ହ୍ୟାଣ୍ଡଲରେ ଯାତ୍ରୀଙ୍କୁ ଔପଚାରିକତା ଭାବେ କ୍ଷମା ମାଗିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.