ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

୧୬ ରାଜ୍ୟରେ ଆଉ ୫୫ ଜିଲ୍ଲାରେ ବାଧ୍ୟତାମୂଳକ ହେଲା ସୁନା ହଲମାର୍କିଂ

ନୂଆଦିଲ୍ଲୀ,୦୯/୦୯: କେନ୍ଦ୍ର ସରକାର ସୁନା ଓ କଳାକୃତି ଉପରେ ବାଧ୍ୟତାମୂଳକ  ହଲମାର୍କିଂ ନିୟମକୁ ୧୬ ରାଜ୍ୟର ଆଉ ୫୫  ଜିଲାକୁ ବୃଦ୍ଧି କରିଛନ୍ତି । ୨୦୨୧ରେ ଏହି ନିୟମ  ଲାଗୁ ହେବା ପରେ ୨୮୮ ଜିଲାରେ ଲାଗୁ  ହୋଇଥିଲା । ଏହା ଏବେ ୩୪୩ ଜିଲାକୁ ବୃଦ୍ଧି ହୋଇଥିବା ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ  ସୂଚନା ମିଳିଛି । ଏଥିପାଇଁ ୩୪,୬୪୭ ଜୁଏଲର୍ସ  ପ୍ରାଥମିକ ପର୍ଯ୍ୟାୟରେ ପଞ୍ଜୀକୃତ କରିଥିଲେ ।  ଏବେ ଏହା ୧.୮୧ ଲକ୍ଷକୁ ବଢ଼ିଛି । ହଲମାର୍କିଂ  ଦ୍ୱାରା ମୂଲ୍ୟବାନ ଧାତୁର ଶୁଦ୍ଧତାକୁ ସରକାର  ପ୍ରମାଣିତ କରିଥାନ୍ତି । ଏହା ସରକାରଙ୍କ ଦ୍ୱାରା  ପ୍ରଦାନ କରାଯାଇଥିବା ଗ୍ୟାରେଣ୍ଟିଂ ହୋଇଥିବା  ବେଳେ ହଲମାର୍କିଂ ଦେଖି ଗ୍ରାହକ ବିନା କୌଣସି  ଜୁଏଲର୍ସଙ୍କ ନିକଟରୁ ବିନା କୌଣସି ସଙ୍କୋଚରେ ସୁନା ଗହଣା କ୍ରୟ କରିପାରିବେ । 

ଭାରତରେ  ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ୍‌)  ପକ୍ଷରୁ ହଲମାର୍କିଂ ପ୍ରଦାନ କରାଯାଉଛି । କୌଣସି  ଉତ୍ପାଦର ଧାର୍ଯ୍ୟ ମାନକକୁ ଏହା ପ୍ରମାଣିତ  କରେ । ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା  ସୁନାର ଶୁଦ୍ଧତାକୁ ଏହା ଯାଞ୍ଚ କରେ । ସୁନା କଏନ କିମ୍ବା ଗହଣା ବିଆଇଏସ୍‌ ଲୋଗୋ  ଲାଗିଥିବା ଜରୁରୀ । ଏହା ଥିଲେ ଜଣାପଡିବ  ଯେ ବିଆଇଏସ୍‌ ଲାଇସେନ୍ସ ଯୁକ୍ତ ଲ୍ୟାବରେ  ଏହାର ପରୀକ୍ଷଣ ହୋଇଛି । ୨୦୨୧ ଜୁନ ୧୬  ପୂର୍ବରୁ ଦେଶରେ ଏ କ୍ଷେତ୍ରରେ ବିଆଇଏସ୍‌  ନିୟମ ଅନିବାର୍ଯ୍ୟ ନ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.