ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଦୈତାରୀ –ବାପିଙ୍କ ସହ ବିଜେଡିରେ ମିଶିଲେ ବହୁ ଯାତ୍ରା କଳାକାର

Published By : Prameya | January 29, 2024 4:49 PM

ଭୁବନେଶ୍ବର, ୨୯/୧ : ଓଡ଼ିଶା କଳାକାର ମହାସଂଘର କଳାକାରମାନେ ସୋମବାର ବହୁ ସଂଖ୍ୟାରେ ଅନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଦୈତାରୀ ପଣ୍ଡା, ସମରେନ୍ଦ୍ର ବା ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପ୍ରଧାନ ପ୍ରମୁଖ କଳାକାରମାନେ ବିଜେଡିରେ ଯୋଗଦେଇଛନ୍ତି । ପ୍ରାୟ ୨୯ବିଶିଷ୍ଟ କଳାକାର ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । 

ସେମାନେ ୩୦ଜିଲ୍ଲାରୁ ଆସି ଯୋଗଦେଇଛନ୍ତି । ସେମାନଙ୍କ ସହ ୩୦୦ରୁ ଅଧିକ କଳାକାର ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେବାକୁ ସେମାନେ ଆବେଦନ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେଇଛନ୍ତି । ବିଜେଡିରେ ଯୋଗଦେବା ପରେ ଦୈତାରୀ ପଣ୍ଡା ପ୍ରତିକ୍ରିୟା ରଖି କହିଛନ୍ତି କି, ଏହା ଆମ ପାଇଁ ନୂଆ ପର୍ବ, ନୂଆ ଅଭିନୟ । ଜଗନ୍ନାଥ ଲୀଳାଙ୍କ ପରି ଏହା ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଲୀଳା । ସ୍କୁଲ କଲେଜ ସବୁଠି କଳାର ମାଟି ଓଡ଼ିଶା । ସମସ୍ତଙ୍କୁ ଉଚ୍ଚସ୍ତରକୁ ନେବାକୁ ନବୀନ ପଟ୍ଟନାୟକ ପ୍ରୟାସ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଆଗକୁ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ସବୁ ରାଜନୈତିକ ଦଳ ନିଜ ନିଜର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଏହିକ୍ରମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ନିଜ ନିଜ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଯାତ୍ରା ଜଗତରେ ଦୈତାରୀ ପଣ୍ଡାଙ୍କ ବେଶ ପ୍ରଭାବ ରହିଛି । ମଞ୍ଚ ଉପରେ ତାଙ୍କର ଡାଇଲଗ୍ ଡେଲିଭରିକୁ ଲୋକେ ପସନ୍ଦ କରିଥାନ୍ତି । ଛୋଟଠାରୁ ବଡ଼ ତାଙ୍କର ନିଆରା ଅଭିନୟ ପାଇଁ ତାଙ୍କୁ ପସନ୍ଦ କରିଥାନ୍ତି । କୁହାଯାଉଛି କି ତାଙ୍କର ବିଜେଡିରେ ଯୋଗଦେବା ଏକ ପ୍ରକାର ଭୋଟରଙ୍କୁ ଆକୃଷ୍ଟ କରିବ ନିଶ୍ଚିତ ।  

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.