ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚେନ୍ନାଇର ଏକାଧିକ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଛାନଭିନ୍‌ କରୁଛି ପୋଲିସ

Image Courtesy: patrika

ଚେନ୍ନାଇ: ଚେନ୍ନାଇର କେତେକ ବିଦ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ବୋମା ମାଡ଼ ନେଇ ଇମେଲ ମାଧ୍ୟମରେ ଧମକ ମିଳିବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ଏପରିକି ବିଦ୍ୟାଳୟର କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଡକାଇ ପିଲାମାନଙ୍କୁ ଘରକୁ ନେଇଯିବାକୁ କୁହାଯାଇଛି ।

 ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ଏନେଇ ଖବର ମିଳିବା ପରେ ସ୍କୁଲ ପରିସରରେ ଭିଡ଼ ଜମିଛି । ସେପଟେ ପୋଲିସ ବମ୍‌ ସ୍କ୍ବାଡ୍‌ଙ୍କୁ ଡାକି ସ୍କୁଲରେ ତନଘନା ଚଳାଇଛି । ଏହା ସହ ସ୍କୁଲରେ ଭିଡ଼ ନଜମାଇବାକୁ ପୋଲିସ ସତର୍କ କରାଇଛି । ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ କହିବା ସହ ଧକମପୂର୍ଣ୍ଣ ଇମେଲ୍‌ ପଠାଇଥିବା ଅପରାଧିଙ୍କୁ ଖୁବଶୀଘ୍ର କାବୁ କରାଯିବ ବୋଲି ପୋଲିସ କହିଛି ।

 ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ, ଇମେଲ ମାଧ୍ୟମରେ ଧମକ ମିଳିଥିବା ଜଣାପଡ଼ିଛି । ସୂଚନା ଆଧାରରେ ଟେକିନିକାଲ୍‌ ଟିମ୍‌ଙ୍କ ସହାୟତାରେ ଅପରାଧୀଙ୍କୁ ଧରିବା ଲାଗି ପ୍ରୟାସ ଜାରି ରହିଛି । ଯେଉଁସବୁ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି ସେଗୁଡ଼ିକ ମଧ୍ୟରେ ଚେନ୍ନାଇ ପବ୍ଲିକ ସ୍କୁଲ, ଡିଏଭି ଗୋପାଳପୁରମ ଏବଂ ସେଣ୍ଟ ମେରି ସ୍କୁଲ ଆଦି ସାମିଲ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.