ମାଲକାନଗିରି, ୦୯/୧୧ : ମାଲକାନଗିରି ଜିଲ୍ଲା ବିଏସଏଫ ଯବାନଙ୍କୁ ପୁଣି ଏକ ସଫଳତା। ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ପଞ୍ଚାୟତର କିରମିଟ ଏବଂ ତୁଳସୀ ଗାଁ ଜଙ୍ଗଲରୁ ମାଓ ଡମ୍ପ ଠାବ। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ।
ସୂଚନାନୁଯାୟୀ, ବିଏସଏଫ ବାଟାଲିୟନ-୨ର ସର୍ଚ୍ଚ ଅପରେସନ ବେଳେ ଟେମୁରପାଲି ପଞ୍ଚାୟତର କିରମିଟ ଏବଂ ତୁଳସୀ ଗାଁ ଜଙ୍ଗଲରୁ ମାଓ ଡମ୍ପ ଠାବ ହୋଇଛି। ଏକ ପଥର ଖୋଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଉଦ୍ଧାର ସାମଗ୍ରୀ ମଧ୍ୟରେ ଆଲୁମିନିୟମ ଡ୍ରମ୍, ଏକ ଓ୍ବେରଲେସ ଓ ବ୍ୟାଟେରୀ, ହାତ ବୋମା, ଆଣ୍ଟିନା, ୪ ଟି ୧୨ ବୋର୍ ବନ୍ଧୁକ, ପ୍ଲାଷ୍ଟିକ ଜରି ବ୍ୟାଗ୍ ଜବତ ହୋଇଛି।