ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ନୂଆ ରୂପ ନେବ ମାଉସୀ ମା’ ମନ୍ଦିର, ସଂସ୍କୃତି ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା

ପୁରୀ,୨୨/୦୨: ନୂଆ ରୂପ ନେବ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମାଉସୀ ମା’ଙ୍କ ମନ୍ଦିର । ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ଛକଠାରେ ଥିବା ଏହି ପ୍ରସିଦ୍ଧ ମାଉସୀ  ମା’ ବା ଅର୍ଦ୍ଧାଶିନୀ ମନ୍ଦିରର ଉନ୍ନତୀକରଣ  ନିମନ୍ତେ ସଂସ୍କୃତି ବିଭାଗ ୧୦ ଲକ୍ଷ ଟଙ୍କାର ସହାୟତା ଦେଉଛି । ଏହି ଟଙ୍କାରେ ମାଉସୀ ମା’  ମନ୍ଦିର ମଧ୍ୟ ଭାଗ ଗୁମୁଟର ପ୍ରଶସ୍ତୀକରଣ ସହ ପ୍ରସାଦସେବନ ଗୃହର ଉନ୍ନତୀକରଣ କାମ ଆରମ୍ଭ  ହୋଇଛି । ଏନେଇ ମାଉସୀ ମା’ ମନ୍ଦିରର ମୁଖ୍ୟ  ସେବାୟତ ବିଶ୍ୱନାଥ ମିଶ୍ର ସୂଚନା ଦେଇଛନ୍ତି ।

ଗତ ଦୁଇଦିନ ହେବ ମାଉସୀ ମା’ ମନ୍ଦିରର  ଉନ୍ନତୀକରଣ କାମ ଆରମ୍ଭ ହୋଇଛି । ଠିକାସଂସ୍ଥା  ଜରିଆରେ ସଂସ୍କୃତି ବିଭାଗ ଏହି କାମ ହାତକୁ  ନେଇଛି । ମାସକ ଭିତରେ କାମ ସାରିବାକୁ  ଲକ୍ଷ୍ୟ ରହିଛି । ପ୍ରସାଦ ସେବନ ଗୃହ ଚଟାଣକୁ  ଖଣ୍ଡେଲାଇଟ୍‌ ପଥରେ ଛାଉଣି କରାଯିବ । ଏନେଇ ପୂଜକ ଶ୍ରୀ ମିଶ୍ର କହିଛନ୍ତି, ଗତବର୍ଷ  ଜୁଲାଇ ମାସରେ ସଂସ୍କୃତି ମନ୍ତ୍ରୀ ପୁରୀ ଗସ୍ତରେ  ଆସିଥିବା ବେଳେ ମାଉସୀ ମା’ ମନ୍ଦିରକୁ ଠାକୁରାଣୀଙ୍କ  ଦର୍ଶନ ନିମନ୍ତେ ଆସିଥିଲେ । 

ଠାକୁରାଣୀଙ୍କ ଦର୍ଶନ  କରିବା ପରେ ମନ୍ଦିର ପରିସର ବୁଲି ଦେଖିଥିଲେ ।  ଏହି ସମୟରେ ତାଙ୍କୁ ମନ୍ଦିରର ଉନ୍ନତୀକରଣ  ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ  ନିବେଦନପତ୍ର ଦିଆଯାଇଥିଲା । ଏହାକୁ ଗ୍ରହଣ  କରିବା ପରେ ମାଉସୀ ମା’ ମନ୍ଦିର ଉନ୍ନତୀକରଣ  ନିମନ୍ତେ ସେ ଟଙ୍କା ମଞ୍ଜୁର କରିଛନ୍ତି । ମାଉସୀ ମା’  ମନ୍ଦିର ସାମ୍ନାରେ ବସିଥିବା ସିଂହ ମୂର୍ତ୍ତି ପର୍ଯ୍ୟନ୍ତ ଛାତ  କାମ କରାଯିବ । ତେବେ ମିଳିଥିବା ଟଙ୍କାରେ ଏହି  ପ୍ରାଚୀନ ମନ୍ଦିର ପୂର୍ଣ୍ଣାଙ୍ଗ ବିକାଶ ଆସମ୍ଭବ । ସରକାର  ଶ୍ରୀକ୍ଷେତ୍ର ସମେତ ପୂରା ରାଜ୍ୟରେ ଥିବା ବିଭିନ୍ନ  ମନ୍ଦିରମାନଙ୍କର ଉନ୍ନତୀକରଣ କରୁଛନ୍ତି । ମାତ୍ର  ମାଉସୀ ମା’ ମନ୍ଦିର ଉନ୍ନତୀକରଣ ପ୍ରତି ଅବହେଳା  କରାଯାଉଛି । ଏହି ପ୍ରାଚୀନ ମନ୍ଦିର ପୂର୍ଣ୍ଣାଙ୍ଗ ବିକାଶ  ନିମନ୍ତେ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.