ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଏବଂ କର୍ଣ୍ଣାଟକ ରଣଜୀ ଟିମ୍‌ର ଅଧିନାୟକ ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ତାଙ୍କୁ ହସ୍ପିଟାଲର ଇଣ୍ଟେସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଭର୍ତ୍ତି କରାଯାଇଛି । ବିମାନରେ ଥିବା ବେଳେ ମୟଙ୍କଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା । ତାଙ୍କୁ ତୁରନ୍ତ ଅଗରତାଲାର ଆଇଏଲଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି । ସୁରଟରୁ ଅଗରତାଲା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ବିମାନରେ ମୟଙ୍କ ଅସୁସ୍ଥ ହୋଇପଡ଼ିଥିଲେ । ବିମାନରେ ମୟଙ୍କ ମୁହଁ ଏବଂ ଗଳାରେ ଜ୍ବଳନ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । 

କର୍ଣ୍ଣାଟକ ଟିମ୍‌ର ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛନ୍ତି । ଗୁଜରାଟ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ମୟଙ୍କ ୧୦୯୦ ରନ୍‌ ପାଳି ଖେଳିଥିଲେ । ଗୋଆ ବିପକ୍ଷରେ ମୟଙ୍କ ଅଗ୍ରଓ୍ବାଲ ୧୧୪ ରନ୍‌ କରିଥିଲେ । ଏହା ପରେ ତ୍ରିପୁରା ଏବଂ କର୍ଣ୍ଣାଟକ ମୁକାବିଲାରେ ସେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେହିଭଳି ଟିମ୍‌ ଇଣ୍ଡିଆ ଲାଗି ବିଶେଷ କରି ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ମୟଙ୍କ ଏବେ ଦଳରେ ସାମିଲ ନାହାନ୍ତି ।

 ସେ ଭାରତ ପାଇଁ ୨୦୨୨ ମାର୍ଚ୍ଚରେ ଶେଷ ଥର ପାଇଁ ଖେଳିଥିଲେ । ଏହା ପରଠାରୁ ସେ ଭାରତୀୟ ଟିମ୍‌ରେ ସ୍ଥାନ ପାଇନାହାନ୍ତି । ମୟଙ୍କ ଏବେ ସୁଦ୍ଧା ଭାରତ ପାଇଁ ୨୧ଟି ଟେଷ୍ଟ ଏବଂ ୫ଟି ଦିନିକିଆ ମୁକାବିଲା ଖେଳିସାରିଛନ୍ତି । ଟେଷ୍ଟରେ ୩୬ଟି ପାଳିରୁ ସେ ୪୧.୩୩ ହାରାହାରି ସହ ୧୪୮୮ ରନ୍‌ କରିଛନ୍ତି । ଏହି ସବୁ ମ୍ୟାଚ୍‌ରେ ସେ ୪ଟି ଶତକ ଏବଂ ୬ଟି ଅର୍ଦ୍ଧଶତକ କରିଛନ୍ତି । ମୟଙ୍କ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ୨୪୩ ରନ୍‌ କରିଛନ୍ତି । ସେହିଭଳି ଦିନିକିଆରେ ମୟଙ୍କ ଅଗ୍ରଓ୍ବାଲ କେବଳ ୮୬ ରନ୍‌ କରିଛନ୍ତି । ତେବେ ମୟଙ୍କ ଅଗ୍ରଓ୍ବାଲ ୨୦୧୮ ଡିସେମ୍ବର ମାସରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । 

Also Read :-

ନ୍ୟୁଜିଲାଣ୍ଡକୁ ୨୧୪ ରନ୍‌ରେ ହରାଇଲା ଭାରତ, ଦ୍ୱିତୀୟ ଶତକ ସହ ୨ ୱିକେଟ୍

 

  • prameyanews
  • PrameyaOdia
  • prameya
  • cricket
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.