ଭୁବନେଶ୍ୱର,୦୭/୦୯: ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ୍ କଲେଜରେ ଏମ୍ବିବିଏସ୍, ବିଡିଏସ୍ ପଢ଼ିବା ପାଇଁ ଆସନ୍ତା ୮ ତାରିଖରୁ ଓଜେଇଇ ୱେବସାଇଟରେ ପଞ୍ଜୀକରଣ ଆରମ୍ଭ ହେବ । ଏହାସହ ଆଶାୟୀ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ । ୧୦ ତାରିଖ ସନ୍ଧ୍ୟା ୫ଟା ବେଳକୁ ମକ୍ ସିଟ୍ ଆଲଟମେଣ୍ଟ୍ ତାଲିକା ପ୍ରକାଶ ପାଇବ । ୧୧ ତାରିଖ ଦିନ ୧୧ଟା ବେଳକୁ ଚଏସ୍ ଲକିଂ ଆରମ୍ଭ ହେବ । ଯାହା ୧୨ଟା ସୁଦ୍ଧା ସରିବ ।
ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ୧୩ ତାରିଖ ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ । ୧୫ ତାରିଖ ୧୦ଟାରୁ ୧୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ ଓ ପ୍ରୋଭିଜନାଲ୍ ଆଡମିଶନ୍ ହେବ । ସମସ୍ତ ପ୍ରକ୍ରିୟା ୨୦ ତାରିଖ ସୁଦ୍ଧା ଶେଷ କରିବାକୁ ଓଜେଇଇ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି । ନାମଲେଖା ପ୍ରକ୍ରିୟାର ବିସ୍ତୃତ ତଥ୍ୟ ୱେବସାଇଟରେ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ଗୁଡ଼ିକର ନାମଲେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।