ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଲାଗି ଜାରି ହେବ ମାର୍ଗଦର୍ଶିକ: ମିଳିଛି ୧୦୮ଟି ଅଭିଯୋଗ, ୧୪୬୧ ଜଣ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୦୭/୧୧: ରାଜ୍ୟ  ବାହାରେ କାର୍ଯ୍ୟ କରୁଥିବା ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଏକ  ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ । ଏ ନେଇ ବିଭିନ୍ନ ଜିଲ୍ଲାର ଶ୍ରମ ଅଧିକାରୀମାନଙ୍କଠାରୁ  ମତାମତ ଆହ୍ୱାନ କରାଯାଇଛି । 

ଚଳିତ ବର୍ଷ  ଅକ୍ଟୋବର ମାସ ସୁଦ୍ଧା ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ୧୦୮ଟି ଅଭିଯୋଗ  ହସ୍ତଗତ ହୋଇଥିବାବେଳେ ୧୪୬୧ ଜଣ  ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ଦେଶ  ଓ ରାଜ୍ୟରୁ ଉଦ୍ଧାର କରାଯାଇଛି । ପ୍ରବାସୀ  ଓଡ଼ିଆମାନଙ୍କ ସୁଖଦୁଃଖର ସାଥୀ ହେବା  ସହ ରାଜ୍ୟର କଳା, ସାହିତ୍ୟ ଓ ସଂସ୍କୃତିର  ପ୍ରଚାର ଓ ପ୍ରସାର ନିମନ୍ତେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ  ଓଡ଼ିଶା ପରିବାର ଗଠନ କରାଯାଇଛି । ଏହି  ବୈଠକରେ ଶ୍ରମ ବିଭାଗ ଶାସନ ସଚିବ  ଆର୍‌. ସନ୍ଥଗୋପାଳନ, ଶ୍ରମ କମିଶନର  ତିରୁମାଲା ନାୟକ, ଓଡ଼ିଆ ଭାଷା,  ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡ଼ିଶା  ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ  ଦିଲୀପ ରାଉତରାଏ, ବିଭାଗୀୟ ସ୍ୱତନ୍ତ୍ର  ସଚିବ ମଧୁସୂଦନ ଦାଶ, ସ୍ୱତନ୍ତ୍ର  କର୍ତ୍ତବ୍ୟରତ ଅଧିକାରୀ ପ୍ରିତୀଶ ପଣ୍ଡା,  ଲକ୍ଷ୍ମୀଧର ବେହେରା, ବିଭିନ୍ନ ଜିଲ୍ଲାର ଶ୍ରମ  ଅଧିକାରୀ, ସହାୟକ ଶ୍ରମ କମିଶନର  ପ୍ରମୁଖ ଯୋଗ ଦେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.