ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ସେପ୍ଟେମ୍ବର ୧୧ରୁ ମିଶନ୍‌ ଇନ୍ଦ୍ରଧନୁଷ୍‌, ୧୧ ହଜାର ଶିଶୁଙ୍କୁ ଦିଆଯିବ ଟିକା

କଟକ ୦୯/୦୯: ଆସନ୍ତା ୧୧ରୁ ୧୬  ତାରିଖ ପର୍ଯ୍ୟନ୍ତ କଟକ ଜିଲ୍ଲାରେ ମିଶନ୍‌  ଇନ୍ଦ୍ରଧନୁଷ୍‌ କାର୍ଯ୍ୟକ୍ରମରେ ଟିକାକରଣ କରାଯିବ ।  ଏହି ଯୋଜନାରେ ପୂର୍ବରୁ ଟିକାକରଣରୁ  ବାଦ୍‌ ପଡ଼ିଥିବା ୧୦ ହଜାର ୮୭୪ ଶିଶୁ ଓ  ୭୬୩ଜଣ ଗର୍ଭବତୀ ମହିଳାଙ୍କୁ ଟିକାକରଣ  କରାଯିବ । ସେହିପରି ହାଇରିସ୍କ ଅଞ୍ଚଳରେ  ଥିବା ପିଲାଙ୍କ ପାଇଁ ୫୧ଟି ସ୍ୱତନ୍ତ୍ର ଟିକା ସେସନ୍‌  କରାଯିବ ବୋଲି କୁହାଯାଇଛି । ସେଠାରେ  ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ  ବୋଲି ଆଜି ଜିଲ୍ଲା ସ୍ୱାସ୍ଥ୍ୟଭବନ ପରିସରରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଡିଏମ୍‌ଓ  ଡାକ୍ତର ମକରନ୍ଦ ବେଉରା କହିଛନ୍ତି । 

ଶିଶୁମାନଙ୍କୁ ବୟସ ଅନୁସାରେ ବିଭିନ୍ନ  ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ୧୧ଟି ଟିକା ପ୍ରଦାନ  କରାଯାଇଥାଏ। ଏହାବାଦ୍‌ ଗର୍ଭବତୀମାନଙ୍କୁ ଟିଟାନାସ୍‌ ଡିପ୍‌ଥେରିଆ  ଟିକା ମଧ୍ୟ ଦିଆଯାଇଥାଏ ।  କୌଣସି କାରଣବଶତଃ  ଯେଉଁମାନେ ନିୟମିତ  ଟିକାକରଣରୁ ବାଦ୍‌ ପଡିଛନ୍ତି ସେମାନଙ୍କୁ  ଇନ୍ଦ୍ରଧନୁଷ ଯୋଜନାରେ ଟିକାକରଣ ଉପରେ  ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ମିଶନ  ଇନ୍ଦ୍ରଧନୁଷରେ ଚଳିତମାସ ୧୧ରୁ ୧୬ ତାରିଖ,  ଅକ୍ଟୋବର ୯ରୁ ୧୪ ତାରିଖ ଓ ନଭେମ୍ବର  ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଟକାକରଣ ଚାଲିବ ।  ନିୟମିତ ଟିକାଗୁଡିକ ନେଇନଥିବା ପିଲାଙ୍କର  ବାକିଥିବା ଟିକା ସହିତ ମିଳିମିଳା ଓ ରୁବେଲା  ଭଳି ରୋଗର ବିଲୋପ ପାଇଁ ଏହି କାର୍ଯ୍ୟକ୍ରମ  କରାଯାଉଛି ବୋଲି  ସିଡିଏମ୍‌ଓ କହିଛନ୍ତି । ସ୍ମରଣଯୋଗ୍ୟ ଯେ,  ଏହି କାର୍ଯ୍ୟକ୍ରମରେ  ଜନ୍ମରୁ ୧ବର୍ଷ ମଧ୍ୟରେ ୨୬୮୭ ପିଲାଙ୍କୁ  ଟିକାକରଣ ନିମନ୍ତେ ଟାର୍ଗେଟ୍‌ କରାଯାଇଥିବା  ବେଳେ ୧ରୁ ୨ ବର୍ଷ ମଧ୍ୟରେ ୧୩୬୪ ଓ ୨ରୁ  ୫ ବର୍ଷ ମଧ୍ୟରେ ୩୮୪ ପିଲାଙ୍କୁ ଟିକାକରଣ  କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି ।  

ସେହିପରି ମିଜିଲସ୍‌ ରୁବେଲା -୧ ରେ ୧୧୩୦  ଓ ମିଜିଲସ୍‌ ରୁବେଲା-୨ରେ ୧୧୪୧ ପିଲାଙ୍କୁ  ସାମିଲ କରିବାକୁ ଟାର୍ଗେଟ ରହିଛି । ତେବେ  ହାଇରିସ୍କ ଜୋନ୍‌ ଭାବେ ଚିହ୍ନଟ ଇଟାଭାଟି,  ବଞ୍ଜାରା ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ  ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜିର ଏହି  ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ  ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ(ପରିବାର  କଲ୍ୟାଣ) ଡାକ୍ତର ବଟକୃଷ୍ଣ ମହଲା, ଜିଲ୍ଲା  ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଲାକ୍ଷୀ ସରକାର,  ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ(ରୋଗ  ନିୟନ୍ତ୍ରଣ) ଡାକ୍ତର ଲୋକନାଥ ପାତ୍ର, ଜିଲ୍ଲା  ତଥ୍ୟ ପରିଚାଳକ ଲୋକନାଥ ମହାପାତ୍ର ଓ  ଡିପିଏମ୍‌ ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.