ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଚନ୍ଦ୍ରରେ ଲାଲ୍‌ ଓ ନୀଳ ରଙ୍ଗର ଏହି ଚିହ୍ନ କଣ ? ରୋଭର ଦେଖାଇଲା ନୂଆ ଚିତ୍ର

ନୂଆଦିଲ୍ଲୀ – ଚନ୍ଦ୍ରର ଦକ୍ଷିଣୀ ମେରୁରେ ସଫଳତାପୂର୍ବକ ଲ୍ୟାଣ୍ଡ କରିଥିବା ଚନ୍ଦ୍ରଯାନ-୩କୁ ୧୫ ଦିନର ସମୟ ହୋଇ ସାରିଛି। ବିକ୍ରମ ଲ୍ୟାଣ୍ଡରରୁ ବାହାରକୁ ଆସି ପ୍ରଜ୍ଞାନ ରୋଭର ୧୪ ଦିନରେ ଚନ୍ଦ୍ର ପୃଷ୍ଠର ତନ୍ନତନ୍ନ କରି ଅଧ୍ୟୟନ କରିଛି। ଏବେ ଚନ୍ଦ୍ରରେ ରାତି ହୋଇ ସାରିଛି ତ ମାଇନସ ୨୮୦ ଡିଗ୍ରୀର ତାପମାତ୍ରାରେ ରୋଭର ବିକ୍ରମ ଲ୍ୟାଣ୍ଡରର ଭିତରେ ଆରାମ କରୁଛି। ସୌର ଶକ୍ତିରେ ଚାଳିତ ରୋଭରର ବ୍ୟାଟେରୀ ଫୁଲ ଚାର୍ଜ ଅଛି ଏବଂ ୧୪ ଦିନ ପରେ ରୋଭରର ଚନ୍ଦ୍ରରେ ଆଗାମୀ ଯାତ୍ରା ପୁଣି ଆରମ୍ଭ ହେବ । ଏହି ୧୪ ଦିନ ଭିତରେ ଚନ୍ଦ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ  ତତ୍ତ୍ୱକୁ ଆବିଷ୍କାର କରିଛି। ଏହାସହ ଦୁର୍ଲଭ ଫଟୋ ମଧ୍ୟ ପଠାଇଛି। ଇସ୍ରୋ ଏବେ ପ୍ରଜ୍ଞାନ ରୋଭର ଦ୍ୱାରା ପଠାଯାଇଥିବା ସଦ୍ୟ ଫଟୋକୁ ନୂଆ ଓ ନିଆରା ଅନ୍ଦାଜ ଭାବେ ଦର୍ଶାଇଛି। ଉକ୍ତ ଫଟୋରେ ଚନ୍ଦ୍ରର ପୃଷ୍ଠ ଲାଲ୍‌ ଓ ନୀଳ ରଙ୍ଗର ନଜର ଆସୁଛି। ଚନ୍ଦ୍ରରେ ଏହି ଚିହ୍ନ କେମିତି ହେଲା ? ଆସନ୍ତୁ ଜାଣିବା –

ଇସ୍ରୋ ମଙ୍ଗଳବାର ୫ ସେପ୍ଟେମ୍ୱର ସନ୍ଧ୍ୟାରେ ଏକ୍ସରେ ଏକ ଫଟୋ ପୋଷ୍ଟ କରିଛି। ଏହି ଫଟୋରେ ଇସ୍ରୋ ପ୍ରଜ୍ଞାନ ରୋଭର ଦ୍ୱାରା ପଠାଯାଇ ଥିବା ୩୦ଅଗଷ୍ଟର ଫଟୋକୁ ରି-ପୋଷ୍ଟ କରିଛି । ଇସ୍ରୋ ପୋଷ୍ଟ ସହ ସୂଚନା ଦେଇଛି କି ଏହି ଫଟୋ ଏନାଗ୍ଲିଫ ଷ୍ଟିରିୟୋ ବା ମଲଟି-ଭ୍ୟୁ ଛବି ଗୁଡ଼ିକରୁ ଥ୍ରୀ ଡାଇମେସନ୍ସରେ ବସ୍ତୁ ବା ଅଞ୍ଚଳର ଏକ ସରଳ ଦୃଶ୍ୟ ଅଟେ। 


ଏହି ଫଟୋକୁ ଏନାଗ୍ଲିଫ୍‌ NavCam ଷ୍ଟିରିୟୋ ଇମେଜର ବ୍ୟବହାର କରି ତିଆରି କରାଯାଇଛି।ଯେଉଁଥିରେ ପ୍ରଜ୍ଞାନ ରୋଭର ଦ୍ୱାରା ନିଆଯାଇଥିବା ଛବି ରହିଛି। ଇସ୍ରୋ ମୁତାବିକ , ବାମ ଛବି ଲାଲ ଚ୍ୟାନେଲରେ ରହିଛି, ଦକ୍ଷିଣ ଛବି ନୀଳ ଓ ସବୁଜ ଚ୍ୟାନେଲରେ ରଖା ଯାଇଛି। ଏହି ଦୁଇ ଛବି ମଧ୍ୟରେ ପାର୍ଥକ୍ୟ ଷ୍ଟିରିୟୋ ପ୍ରଭାବ , ଯାହା ୩ ଡାଇମେନ୍ସନର ଦୃଶ୍ୟ ପ୍ରଭାବ ଦର୍ଶାଉଛି। 

Copyright © 2022 - Summa Real Media Private Limited. All Rights Reserved.