ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

AI ବିଜନେସରେ ମୁକେଶ ଅମ୍ବାନୀଙ୍କ ଏଣ୍ଟ୍ରି, ସ୍ଥାନୀୟ ଭାଷାରେ ଚାଷୀଙ୍କୁ କରିବ ସହାୟତା

ନୂଆଦିଲ୍ଲୀ, ୦୯/୦୯: ବିଶ୍ୱର ବିଭିନ୍ନ ଦେଶ ସହ ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ଆବଶ୍ୟକତା ବଢ଼ୁଛି । ପୂର୍ବରୁ ଏଆଇକୁ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କରିଥିବା ଦାବି ରାସ୍ତାରେ ଆଗକୁ ବଢ଼ିଛନ୍ତି । ଏଆଇ ଦୁନିଆରେ ଦବଦବା ଜାହିର୍ ପାଇଁ ରିଲାଏନ୍ସ ବଡ଼ ବୁଝାମଣା କରିଛି । ଡିଲ୍ ଅନୁସାରେ, ଜିଓ ପ୍ଲାଟଫର୍ମ୍ସ କ୍ଲାଉଡ୍ ଆଧାରିତ ଏଆଇ କମ୍ପ୍ୟୁଟ୍ ଲାଗି ମୌଳିକ ଢାଞ୍ଚା ପ୍ରସ୍ତୁତ ପାଇଁ ଚିପ୍ ଡିଜାଇନ୍ ଫାର୍ମ ଏନଭିଡିଆଇଏ ସହ ଚୁକ୍ତି କରିଛି ।

ରୟଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକାର ଚିପ୍ ନିର୍ମାତା କମ୍ପାନୀ ଏନଭିଡିଆଇଏ ସହ ଚୁକ୍ତି ରିଲାଏନ୍ସକୁ ଡିଜିଟାଲ୍ ସେବା, କାରବାରକୁ ପ୍ରୋତ୍ସାହିତ କରିବ । ଅତ୍ୟାଧୁନିକ ସୁପର କମ୍ପ୍ୟୁଟର ନିର୍ମାଣ ପାଇଁ ରିଲାଏନ୍ସ ସହ ଚୁକ୍ତିକୁ ନେଇ ଏନଭିଡିଆଇଏ  ସିଇଓ ଜେନସେନ୍ ହୁଆଙ୍ଗ ଖୁସି ବ୍ୟକ୍ତ କରିଛନ୍ତି ।

ବଦଳିବ କି ଦେଶର ନାଁ ? ଜି୨୦ ବୈଠକରେ ପିଏମ୍ ମୋଦୀଙ୍କ ଟେବୁଲରେ ‘ଭାରତ’ ନେମପ୍ଲେଟକୁ ନେଇ ତେଜିଲା ଚର୍ଚ୍ଚା

କମ୍ପାନୀ ଆବଶ୍ୟକ କମ୍ପ୍ୟୁଟିଂ ପାୱାର ଯୋଗାଇ ଦେବ । ଯେତେବେଳେ କି ରିଲାଏନ୍ସ ଏଆଇ ଆପ୍ଲିକେସନ୍ ପ୍ରସ୍ତୁତ ଉପରେ କାମ କରିବ । ସ୍ଥାନୀୟ ଭାଷାରେ ଆପ୍ଲିକେସନ୍ ସହ ପାଣିପାଗ ତଥ୍ୟ, ଫସଲ ମୂଲ୍ୟ ଜାଣିବା ପାଇଁ କୃଷକ କଥା ହୋଇ ପାରିବେ । 

ବିଭିନ୍‌ନ ରୋଗ ଜାଣିବା ଲାଗି ଏଆଇ ଇମେଜିଂ ସ୍କାନ ସାହାଯ୍ୟ କରିବ । ଏହାଛଡ଼ା ବାୟୁମଣ୍ଡଳର ତଥ୍ୟକୁ ଅନୁଶୀଳନ କରି ଏଆଇ ବାତ୍ୟା ଭଳି ପାଣିପାଗର ପୂର୍ବାନୁମାନ କରି ପାରିବ । ଯାହାଦ୍ୱାରା ପ୍ରଭାବିତଙ୍କୁ ଆଗୁଆ ସ୍ଥାନାନ୍ତରଣ କରାଯାଇ ଧନଜୀବନ ହାନି ରୋକି ହେବ ।

ଲାଲ୍ ଗ୍ରହରେ ୧୨୨ ଗ୍ରାମ୍‌ ଅମ୍ଳଜାନ ଉତ୍ପନ୍ନ କଲା ମକ୍ସି, ଆଶାଠୁ ଦୁଇଗୁଣ ଅଧିକ ଫଳ ଦେବା ପରେ ମିଶନ୍‌ ଶେଷ

ସମଗ୍ର ବିଶ୍ୱରେ AI ଆସିବା ପରେ ଲୋକଙ୍କ ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆସିଛି । ଏପରି ସ୍ଥିତିରେ ରିଲାଏନ୍ସ ଜିଓ ଏହାର ୪୫୦ ମିଲିୟନ ଜିଓ ବ୍ୟବହାରୀଙ୍କ ପାଇଁ AI ଆପ୍ଲିକେସନ ତିଆରି କରିବ । ରିଲାଏନ୍ସର ୪୬ ତମ ବାର୍ଷିକ ସାଧାରଣ ବୈଠକ (AGM)ରେ ମୁକେଶ ଅମ୍ବାନୀଙ୍କ ତରଫରୁ ଏଆଇକୁ ନେଇ ବଡ଼ ଘୋଷଣା କରାଯାଇଥିଲା । ସେ କହିଥିଲେ, ରିଲାଏନ୍ସ ଜିଓ ଭାରତୀୟଙ୍କ ପାଇଁ ଏକ ନୂଆ ଏଆଇ ସିଷ୍ଟମ ବିକଶିତ କରିବ, ଯାହା ବ୍ୟବହାର କରିବାକୁ ଚାଟଜିପିଟି ଭଳି ହେବ । 

Reliance
Mukesh Ambani
Artificial Intelligence

Copyright © 2022 - Summa Real Media Private Limited. All Rights Reserved.