ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

‘ଆନିମଲ୍‌’ର ଇଂରାଜୀ ଡବ୍‌ ଭର୍ସନରେ ରଣବୀର କପୁରଙ୍କ ସ୍ୱର ଦେଲେ ଟିଭିର ଏହି ଅଭିନେତା, ୧୪ ଦିନରେ କଲେ ପ୍ରସ୍ତୁତ

ମୁମ୍ୱାଇ : ସାଉଥ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ୱାଙ୍ଗା ‘ଅର୍ଜୁନ ରେଡ୍ଡି’ ଓ ‘କବୀର ସିଂହ ’ ଭଳି ସୁପରହିଟ୍‌ ଫିଲ୍ମ ପାଇଁ ଖୁବ୍‌ ଜଣାଶୁଣା। ଏହି ଫିଲ୍ମ ପରେ ସନ୍ଦୀପଙ୍କର ଫିଲ୍ମ ଆନିମଲ୍‌ ଗତ ବର୍ଷ ୧ ଡିସେମ୍ୱର , ୨୦୨୩ରେ ଫିଲ୍ମ ହଲ୍‌ରେ ରିଲିଜ ହୋଇଥିଲା। ଆନିମଲ୍‌ରେ ରଣବୀର କପୁର,ରଶ୍ମିକା ମନ୍ଦାନା , ବବି ଦେଓଲ , ଅନିଲ କପୁର ଓ ତୃପ୍ତି ଡିମରୀଙ୍କ ଭଳି ଷ୍ଟାର ନଜର ଆସିଥିଲେ। 

ବକ୍ସ ଅଫିସରେ ଆନିମଲ୍‌  ଆୟର ଅନେକ ରେକର୍ଡ ବ୍ରେକ୍‌ କରିଛି। ସେପଟେ ଏହି ଫିଲ୍ମ ଗତ ମାସ ୨୬ ଜାନୁୟାରୀରେ ଓଟିଟିରେ ମଧ୍ୟ ରିଲିଜ୍‌ କରି ଦିଆ ଯାଇଛି। ସେଠାରେ ଏହାକୁ ଭଲ ରେସପନ୍ସ ମିଳିଛି। ଏଥିରେ ଏବେ ଏହି ଫିଲ୍ମର ଇଂରାଜୀ –ଡବ୍‌ ଭର୍ସନ ମଧ୍ୟ ସାମନାକୁ ଆସିଛି। ଆନିମଲରେ ରଣବୀର କପୁରଙ୍କର ସ୍ୱର ଦେଇଛନ୍ତି ଟିଭି ଦୁନିଆର ପ୍ରସିଦ୍ଧ ଆକ୍ଟର। ଆସନ୍ତୁ ଏବେ ଜାଣିବା ସେ କିଏ ? 

ଆନିମଲର ଇଂରାଜୀ –ଡବ୍‌ ଭର୍ସନକୁ ଗତକାଲି ଅର୍ଥାତ୍‌ ୮ ଫେବ୍ରୁଆରୀ, ୨୦୨୪ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ କରାଯାଇଛି।  କହି ରଖୁଛୁ କି ଆନିମଲ୍‌ରେ ନିଜ ଭୂମିକା ପାଇଁ ରଣବୀର ଏହାର ଇଂରାଜୀ ଭର୍ସନକୁ ଡବ୍‌ କରି ନାହାନ୍ତି । ତାଙ୍କ ଭଏସ୍‌ରେ ଏହାକୁ ଟିଭିର ପ୍ରସିଦ୍ଧ ଆକ୍ଟର ନକୁଳ ମେହଟ୍ଟା ଡବ୍‌ କରିଛନ୍ତି। ନକୁଳ ହିଁ ଇଂରାଜୀ ଡବ୍‌ ଭର୍ସନରେ ରଣବୀର କପୁରଙ୍କ ଭଏସ୍‌ ସାଜିଛନ୍ତି। ଏହି କଥାର ସୂଚନା ନିଜେ ନକୁଳ ମେହଟ୍ଟା ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କୁ ଦେଇଛନ୍ତି।


ନକୁଳ ମେହଟ୍ଟା ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଆନିମଲ୍‌ର ଇଂରଜୀ-ଡବ୍‌ ଭର୍ସନର ଏକ ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ଟିଭିରେ ଇଂରାଜୀ ଭାଷାରେ ଆନିମଲ୍‌ ସିନେମା ଚାଲୁଛି ଏବଂ ସେଠାରେ ପାଖରେ ଠିଆ ହୋଇ ତାଙ୍କର ପତ୍ନୀ ଖୁବ୍‌ ସରପ୍ରାଇଜ ନଜର ଆସୁଛନ୍ତି। ସେ ଆନିମଲ୍‌ରେ ରଣବୀରଙ୍କ ସ୍ଥାନରେ ନିଜର ପତ୍ନୀ ନକୁଳଙ୍କ ସ୍ୱରକୁ ଶୁଣି ଖୁବ୍‌ ଖୁସି ନଜର ଆସୁଛନ୍ତି। ଏହାସହ ନକୁଳ କହିଛନ୍ତି କି ଡବିଂ ରେ ସେ ପାଖାପାଖି ଦୁଇ ସପ୍ତାହର ସମୟ ଲାଗିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.