ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର ୦୧/୦୨: ମହର୍ଷି କଲେଜ ଏବଂ କଣ୍ଟାବାଡସ୍ଥ ଆଇଆଇଏମ୍‌ଟିର ମିଳିତ ସହଯୋଗରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ। ଅଧ୍ୟକ୍ଷ ଶ୍ରୀମତୀ ମଞ୍ଜୁ ପଟ୍ଟନାୟକ ପୌରାହିତ୍ୟରେ ଆଲୋଚନା ହୋଇଛି । ଏହି ଆଲୋଚନା ଚକ୍ରରେ ଉତ୍ତର ପୂର୍ବାଞ୍ଚଳ ପାର୍ବତ୍ୟ ବିଶ୍ୱବିଦ୍ୟାଳୟ (ନେହୁ) ମ୍ୟାନେଜମେଣ୍ଟ ବିଭାଗର ମୁଖ୍ୟ ପ୍ରଫେସର କୈଳାଶ ଚନ୍ଦ୍ର ବିଶ୍ୱାଳ, ଆଇଆଇଏମ,ବାଙ୍ଗାଲୋରର ପ୍ରଫେସର ସନ୍ତୋଷ କୁମାର ମିଶ୍ର , ପୂର୍ବତନ ଜେନେରାଲ ମ୍ୟାନେଜର ବ୍ୟାଙ୍କ ଅଫ ଇଣ୍ଡିଆର ଶ୍ରୀ ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଥିଲେ। 

ଭାରତର ଆର୍ଥିକ ବ୍ୟବସ୍ଥାରେ ୧୯୯୧ ମସିହାରେ ଏକ ବଡ ପରିବର୍ତ୍ତନ ଆସିବା ସଙ୍ଗେ ସଙ୍ଗେ ଦେଶରେ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ଭାରତର ଆର୍ଥିକ ସ୍ଥିତିକୁ ୩.୭୫ ଟ୍ରିଲିୟନ ଡଲାର ଏବଂ ସମଗ୍ର ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚାଇ ପାରିଛି । ଆର୍ଥିକ ବିକାଶ ହେବା ସହିତ ମାନବିକ ଅଧିକାରର ସୁରକ୍ଷା ହେବା ଦ୍ୱାରା ଲୋକମାନଙ୍କର ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିଛି ବୋଲି ମତ ପ୍ରକାଶ କରିଥିଲେ । 

ପ୍ରାରମ୍ଭରେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ଼କ୍ଟର ଲୋକନାଥ ପରିଡା ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଆଲୋଚନା ଚକ୍ରର ବିଷୟକୁ ୟୁନେସ୍କୋ ଲେକଚର ସିରିଜ ଚେୟାର ପ୍ରଫେସର ଡ଼କ୍ଟର ଫ୍ରାନସିସିକୋ ବିଜିଆରିଲୋ ମନୋନୀତ କରିବା ସହିତ ଏହି ବିଷୟ ଉପରେ ଓଡିଶାର ବିଭିନ୍ନ ମହାବିଦ୍ୟାଳୟରେ  ଆଇଆଇଏମ୍ଟି ର ପ୍ରଫେସର ଡ଼ଃ ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ସହାୟତା ରେ ଆୟୋଜନ କରିଵା ପାଇଁ ପ୍ରସ୍ତାବ ଥିବାର ରହିଛି ବୋଲି ଆଇଆଇଏମ୍ ଟି ର ଡିନ୍ ଡ଼ଃ ଜଗମୋହନ ପଟ୍ଟନାୟକ କହିଥିଲେ । ଶେଷରେ ଅଧ୍ୟାପକ କଳିଙ୍ଗ ରଞ୍ଜନ ପ୍ରଧାନ ଧନ୍ୟବାଦ ଦେବା ସହିତ ଆସିଷ୍ଟାଣ୍ଡ ପ୍ରଫେସର ସୃଜନୀ ମହାନ୍ତି ଆଲୋଚନା  ଚକ୍ରକୁ ସଂଯୋଜନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.