ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ନୂର୍‌ ଓ ନବୀଙ୍କ ଦମଦାର୍‌ ବୋଲିଂ, ଆଫଗାନିସ୍ତାନ ଆଗରେ ଧରାଶାୟୀ ନେଦରଲ୍ୟାଣ୍ଡ, ୧୭୯ ରେ ଅଲ୍‌ଆଉଟ୍‌

ଲକ୍ଷ୍ନୌ,୦୩/୧୧: ଦିନିକିଆ ବିଶ୍ୱକପ ୨୦୨୩ ର ୩୪ତମ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ ଦଳ ଆଫଗାନିସ୍ତାନ ବିପକ୍ଷରେ ଏକ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ନେଦରଲ୍ୟାଣ୍ଡକୁ ୪୬୩ ଓଭରରେ ୧୭୯ ରନ୍‌ ଦେଇ ଅଲ୍‌ ଆଉଟ୍ କରିଛି। ଏହି ମ୍ୟାଚରେ ନେଦରଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହାକି ଲକ୍ଷ୍ନୌ ପିଚ୍‌ରେ ଆଦୌ ଅନୁକୂଳ ନଥିଲା। ଦଳ ପକ୍ଷରୁ ସାଇବ୍ରାଣ୍ଡ ଏଙ୍ଗେଲବ୍ରେଚିଟ୍‌ ସର୍ବାଧିକ ୫୮ ରନ୍ ସ୍କୋର କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ନବୀ ୩ ୱିକେଟ୍ ନେଇଥିଲେ ଏବଂ ନୁର ୨ ୱିକେଟ୍ ନେବାରେ ସଫଳ ହୋଇଥିଲେ। 

ପଢ଼ନ୍ତୁ: ଡେଙ୍ଗୁ ପାଇଁ ୪ କେଜି ହ୍ରାସ୍ ପାଇଥିଲା ଶୁବମନ ଗିଲଙ୍କ ଓଜନ, କହିଲେ ପୁଣି କେମିତି କଲେ ଉତ୍ତମ ପ୍ରଦର୍ଶନ

ଟସ୍ ଜିତିବା ବ୍ୟାଟିଂ କରିବାକୁ ଆସିଥିବା ନେଦରଲ୍ୟାଣ୍ଡର ଆରମ୍ଭରୁ ହିଁ  ଖରାପ ପ୍ରଦର୍ଶନ କରିଥିଲା। ଦଳରୁ ପ୍ରଥମ ଓଭରର ପଞ୍ଚମ ବଲରେ ୱେସଲି ବରେସି (୦୧) ରନ୍‌ କରି ପ୍ରଥମ ୱିକେଟ୍ ହରାଇଥିଲେ। ତା’ପରେ ଦ୍ୱିତୀୟ ୱିକେଟ୍ ପାଇଁ ମ୍ୟାକ୍ସ ଓ’ଡାଉଡ୍ ଏବଂ କଲିନ୍ ଆକ୍କର୍ମନ୍ ୬୩ ବଲ୍‌ରେ ୬୯ ରନ୍‌ର ପାର୍ଟନରସିପ୍‌ କରିଥିଲେ, ଯାହା ଦଳର ଇନିଂସର ସବୁଠାରୁ ବଡ ଭାଗିଦାରୀ ଥିଲା। ତେବେ ୧୨.୩ ଓଭରରେ ମ୍ୟାକ୍ସ ଓ’ଡାଉଦଙ୍କ ୱିକେଟ୍ ଯିବା ପରେ ଏହି ଭାଗିଦାରି ଭାଙ୍ଗି ଯାଇଥିଲା, ଯେକି ୪୦ ବଲରେ ୯ ଚୌକା ସହାୟତାରେ ୪୨ ରନ୍ କରି ଆଉଟ୍ ହୋଇଥିଲେ।

ତା’ପରେ ୧୯ ଓଭର ବେଳକୁ କଲିନ୍ ଆକ୍କର୍ମନ୍ ୨୯ ରନ୍ ସ୍କୋର କରିବା ପରେ ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ସ୍କଟ ଏଡୱାର୍ଡସ ପରବର୍ତ୍ତୀ ବଲରେ ବିନା କୌଣସି ରନ୍‌ ନକରି ପ୍ୟାଭିଲିୟନ ଫେରିଥିଲେ। ଉଭୟ ଓପନର୍ ତଥା ଅଧିନାୟକ ଏଡୱାର୍ଡସ୍ ରନ୍ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ। ଦଳର ମୋଟ ଚାରିଜଣ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍ ହୋଇ ୱିକେଟ୍ ହରାଇଥିଲେ। ସେପଟେ ଆଫଗାନିସ୍ତାନ ପକ୍ଷରୁ ନବୀ ୩ଟି ଓ ନୁର୍‌ ଅହମ୍ମଦ ୨ଟି ସଫଳତା ପାଇଥିଲେ। 

You can also read: ଶ୍ରୀଲଙ୍କାଠୁ ଭାରତ ଜିତିଲେ ଖୁସି ହେବ ପାକିସ୍ତାନ, ସେମି ଫାଇନାଲ୍ ଯିବାକୁ ବାଟ ଖୋଜୁଛି ବାବର ବାହିନୀ


 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.