ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ୬ରୁ ନବମ ବାର୍ଷିକ ପରୀକ୍ଷା: ପ୍ରଥମ ଦିନ ଇଂରାଜୀ ପରୀକ୍ଷା, ବୋର୍ଡ ୱେବ୍‌ସାଇଟ୍‌ରୁ ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ ହେବ

କଟକ,୨୯/୦୨: ରାଜ୍ୟରେ ଅଧ୍ୟୟନରତ ପ୍ରାୟ ୫ ଲକ୍ଷ ୪୦ ହଜାର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ସକାଳ ୯ଟାରୁ ଦିନ ୧୧ଟା ୩୦  ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍‌  ସମୟ ଥିବାରୁ ଏହା ସକାଳ ୯ଟାରୁ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ ।  ପ୍ରଥମ ଦିନ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ରହିଛି । ସେହିପରି ୭  ତାରିଖରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ, ୯ରେ ସାଧାରଣ ବିଜ୍ଞାନ, ୧୧ରେ ଗଣିତ, ୧୨ରେ ସାମାଜିକ ବିଜ୍ଞାନ ଏବଂ ୧୩ ତାରିଖରେ ଓଡ଼ିଆ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।  

ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ୱେବ୍‌ସାଇଟ୍‌ରେ  ଅପଲୋଡ୍‌ କରାଯିବ । ପ୍ରଧାନ ଶିକ୍ଷକମାନେ ସେମାନଙ୍କ ବିଦ୍ୟାଳୟର  ୟୁଜର୍‌ ଆଇଡି ଏବଂ ପାସ୍‌ୱାର୍ଡ ବ୍ୟବହାର କରି ୱେବ୍‌ସାଇଟ୍‌ରୁ  ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ କରିବେ । ଏହି ପ୍ରଶ୍ନପତ୍ରଗୁଡ଼ିକ ପରୀକ୍ଷା ଦିନ ସକାଳ ୭ଟାରୁ ୧୧ଟା ମଧ୍ୟରେ ଡାଉନ୍‌ଲୋଡ୍‌ କରିହେବ । ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାୟନ ବ୍ୟବସ୍ଥାକୁ ଜିଲ୍ଲା ସ୍ତରରେ ଡିଇଓମାନେ ଅନୁଧ୍ୟାନ କରିବେ । ପରୀକ୍ଷା ଫଳ ଏପ୍ରିଲ୍‌ ୧ ପୂର୍ବରୁ  ବିଦ୍ୟାଳୟ ସ୍ତରରେ ଘୋଷଣା କରାଯିବ ।

ସୂଚନାଯୋଗ୍ୟ, ନବମ  ଶ୍ରେଣୀର ଏହି ବାର୍ଷିକ ପରୀକ୍ଷା ପାଇଁ ମାର୍ଗଦର୍ଶିକା ଏବଂ ପ୍ରଶ୍ନପତ୍ର  ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲେ ହେଁ ପରୀକ୍ଷା ପରିଚାଳନା,  ମୂଲ୍ୟାୟନ ଆଦି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.