ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆଗ୍ରା-ଲକ୍ଷ୍ନୌ ଇଣ୍ଟରସିଟି ଏସି କୋଚରୁ ବାହାରିଲା ଧୂଆଁ , କାଚ ଭାଙ୍ଗି ବାହାରିବାକୁ ପ୍ରୟାସ କଲେ ଯାତ୍ରୀ

ଅଛଲଦା (ଔରିଆ) – ଇଟାୱାରେ ଲଗାତାର ଦୁଇଟି ଟ୍ରେନ୍‌ ମଧ୍ୟରେ ନିଆଁ ଲାଗିବା ପରେ ଏବେ ଔରିଆରେ ଆଗ୍ରା-ଲକ୍ଷ୍ନୌ ଇଣ୍ଟରସିଟି ଏକ୍ସପ୍ରେସରେ ଧୂଆଁ ବାହାରିଛି। ରବିବାର ଲକ୍ଷ୍ନୌ ଯାଉ ଥିବା ଇଣ୍ଟରସିଟିର ଏସି କୋଚ୍‌ରେ ଧୂଆଁ ବାହାରିବା କ୍ଷଣି ଧାଁ ଦୌଡ଼ ଆରମ୍ଭ ହୋଇ ଯାଇଥିଲା। ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଦୌଡ଼ି ଥିଲେ। ଅନେକ ଯାତ୍ରୀ ବଗିର କାଚ ଭାଙ୍ଗି ବାହାରକୁ ଯିବାକୁ ପ୍ରୟାସ କରିଥିଲେ। ସୂଚନା ମିଳିବା କ୍ଷଣି ରେଲୱେ ଅଫିସରଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇ ଥିଲା। ଅଛଲଦା ଷ୍ଟେସନରେ ଟ୍ରେନ୍‌ ରୋକି ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ଥିଲା ଏବଂ ରେଳ ଗାଡ଼ିକୁ ତଲାସ କରାଯାଇ ଥିଲା। 

ରବିବାର ସକାଳ ସମୟ ପାଖାପାଖି ୯ଟା ୨୫ ମିନିଟ୍‌ରେ ଯାତ୍ରୀମାନେ ସି-ୱାନ ବଗିରେ ଧୂଆଁ ଦେଖିବାକୁ ପାଇଥିଲେ। ଆତଙ୍କ ମଧ୍ୟରେ କୋଚ୍‌ରେ ଧାଁ ଦୌଡ଼ ଭଳି ସ୍ଥିତି ଉପୁଜିଥିଲା। ସେତେବେଳେକୁ ଟ୍ରେନ୍‌ ଚାଳକଙ୍କୁ ଧୂଆଁ ବାହାରିବା ସୂଚନା ମିଳି ଯାଇଥିଲା ଏବଂ ସେ ଟ୍ରେନକୁ ଅଛଲଦା ରେଲୱେ ଷ୍ଟେସନର ପ୍ଲାଟଫର୍ମ -ୱାନରେ ନେଇ ରୋକି ଥିଲେ। ଟ୍ରେନ ରହିବା କ୍ଷଣି ଯାତ୍ରୀମାନେ ଓହ୍ଲାଇ ଦୌଡ଼ି ଥିଲେ। ସୂଚନା ପାଇବା ପରେ ଆରପିଏଫ୍‌ ଓ ଅଛଲଦା ପୁଲିସ ସହ ଅଗ୍ନିଶମ ଗାଡ଼ି ମଧ୍ୟ ପହଞ୍ଚି ଥିଲା। 

ରେଳ କର୍ମଚାରୀ ଓ ପୁଲିସଙ୍କ ଯାଞ୍ଚରେ ଜଣାପଡ଼ିଥିଲା କି , ବଗିରେ ବାଥରୁମ୍‌ ପାଖରେ ଲାଗିଥିବା ନିଆଁ ଲିଭାଇବା ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍ ହୋଇଥିଲା। କର୍ମଚାରୀମାନେ ଗ୍ୟାସକୁ ବନ୍ଦ କରି ଦେଇଥିଲେ। ପାଖାପାଖି ୧୫ ମିନିଟ ପରେ ଟ୍ରେନ୍‌କୁ ପ୍ରସ୍ଥାନ କରାଗଲା। ଡିଆରଏମର ପିଆରଓ ଅମିତ ସିଂହଙ୍କ ମୁତାବିକ ନିଆଁ ଭଳି କୌଣସି ସ୍ଥିତି ଉପୁଜି ନାହିଁ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.