ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଦିନିକିଆ ବିଶ୍ୱକପ୍‌-୨୦୨୩: ୱାଙ୍ଖଡ଼େରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ- ଆଫଗାନିସ୍ତାନ, ସେମି ଖେଳିବା ପାଇଁ ସାହିଦ ବାହିନୀ ନିକଟରେ ଶେଷ ସୁଯୋଗ

ମୁମ୍ବାଇ,୦୭/୧୧: ଚଳିତ  ବିଶ୍ୱକପ୍‌ରେ ମଙ୍ଗଳବାର ଏକ  ଗୁରୁତ୍ୱପୂର୍ଣ୍ଣ ମୁକାବିଲା ରହିଛି । ଅଷ୍ଟ୍ରେଲିଆ  ଓ ଆଫଗାନିସ୍ତାନ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ  ପରସ୍ପରକୁ ଭେଟିବେ । ସେମି ଫାଇନାଲ୍‌ ଖେଳିବା ପାଇଁ ଆଫଗାନିସ୍ତାନ ନିକଟରେ ସୁଯୋଗ ରହିଛି । ତେଣୁ ମ୍ୟାଚ୍‌ର ଗୁରୁତ୍ୱ ବଢି ଯାଇଛି । 

ଭାରତ ଓ ଦକ୍ଷିଣ ଆଫ୍ରିକା  ସେମି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ  କରିସାରିଛନ୍ତି । ବାକି ୨ଟି ସ୍ଥାନ ପାଇଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ଦୌଡ଼ରେ ରହିଛନ୍ତି । ଆଫଗାନିସ୍ତାନ ୭ଟି ମ୍ୟାଚ୍‌ ଖେଳି ୪ବିଜୟ ସହ ମୋଟ୍‌ ୮ ପଏଣ୍ଟ ହାସଲ କରିସାରିଛି । ମଙ୍ଗଳବାର ଅଷ୍ଟ୍ରେଲିଆକୁ ହରାଇଲେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନକୁ  ପଛରେ ପକାଇ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିପାରିବ । ଅନ୍ୟ ପଟରେ ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚ୍‌ ଜିତିଲେ ସେମିରେ ସ୍ଥାନ ପକ୍କା କରିବ ।  

ଆଫଗାନିସ୍ତାନ ଇତି ମଧ୍ୟରେ ଇଂଲଣ୍ଡ,  ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲାଣ୍ଡ୍‌ସକୁ  ହରାଇ ମନୋବଳ ଦୃଢ କରିଛି ।  ଅଷ୍ଟ୍ରେଲିଆକୁ ହରାଇବା ଭଳି ଦକ୍ଷତା ଦଳ  ନିକଟରେ ରହିଛି । ବିଶେଷ କରି ଦଳରେ  ରହିଥିବା ବିଶ୍ୱ ପ୍ରସିଦ୍ଧ ସ୍ପିନରମାନେ  ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଅଟକାଇବାର  କ୍ଷମତା ରଖିଛନ୍ତି ।  ମଙ୍ଗଳବାର ଅଷ୍ଟ୍ରେଲିଆ ଚୂଡ଼ାନ୍ତ  ଏକାଦଶରେ ପରିବର୍ତ୍ତନ କରିବ । ପୂର୍ବ  ମ୍ୟାଚ୍‌ ଖେଳି ନଥିବା ମିଚେଲ ମାର୍ଶ ଓ  ଗ୍ଲେନ ମ୍ୟାକ୍ସୱେଲ୍‌ ପ୍ରତ୍ୟାବର୍ତ୍ତନ କରିବେ ।  ମାତ୍ର ଷ୍ଟିଭେନ ସ୍ମିଥ୍‌ ଖେଳିବା ନେଇ ଆଶଙ୍କା  ରହିଛି । ସେ ସମ୍ପ୍ରତି ସ୍ୱାସ୍ଥ୍ୟଗତ ସମସ୍ୟା  ଦେଇ ଗତି କରୁଛନ୍ତି । ଆଫଗାନିସ୍ତାନ  ମଧ୍ୟ ନୁର ଅହମ୍ମଦଙ୍କ ସ୍ଥାନରେ ନବୀନ  ଉଲ-ହକ୍‌ଙ୍କୁ ଏକାଦଶରେ ସ୍ଥାନ ଦେବା  ସମ୍ଭାବନା ରହିଛି ।

ମଙ୍ଗଳବାର ଡେଭିଡ୍‌ ୱାର୍ଣ୍ଣରଙ୍କ  ଉପରେ ନଜର ରହିବ। ସେ ଆଉ ୪୫  ରନ୍‌ କଲେ ଅନ୍ତର୍ଜାତୀୟ କ୍ରିକେଟ୍‌(ସବୁ  ଫର୍ମାଟ୍‌କୁ ମିଶାଇ)ରେ ୧୮,୦୦୦ ରନ୍‌  ପୂରଣ କରିବେ। ଶ୍ରୀଲଙ୍କାର ସନଥ  ଜୟସୂରିୟା ଓ ୱେଷ୍ଟ ଇଣ୍ଡିଜର କ୍ରିସ୍‌ ଗେଲ୍‌ ଓପନର ଭାବେ ଅନ୍ତର୍ଜାତୀୟ  କ୍ରିକେଟ୍‌ରେ ୧୮,୦୦୦ ରନ୍‌ ପୂରଣ  କରିଛନ୍ତି । ୱାଙ୍ଖଡ଼େ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌  ଅନୁକୂଳ ।ଏଠାରେ ବିଶାଳ ସ୍କୋର ହେବା ଆଶା କରାଯାଉଛି । ପୂର୍ବ ୩ଟି ମ୍ୟାଚ୍‌ର ପ୍ରଥମ ଇନିଂସରେ ଯଥାକ୍ରମେ  ୩୯୯, ୩୮୨ ଓ ୩୫୭ ରନ୍‌ ସଂଗୃହୀତ  ହୋଇଥିଲା । ଆଫଗାନିସ୍ତାନ ଟସ୍‌ ଜିତି  ବ୍ୟାଟିଂ ନେଲେ ବିଜୟ ସମ୍ଭାବନା ସୃଷ୍ଟି  କରିପାରିବ । ଅଷ୍ଟ୍ରେଲିଆ ଏଠାରେ ଗୋଟିଏ  ମ୍ୟାଚ୍‌ ଜିତି ସାରିଛି । ତେଣୁ ମଙ୍ଗଳବାର ବିଜୟ ଜାରି ରଖିବାକୁ ଦଳ ପ୍ରୟାସ କରିବ ।

ସମ୍ଭାବ୍ୟ ଦଳ

ଅଷ୍ଟ୍ରେଲିଆ: ଡେଭିଡ୍‌ ୱାର୍ଣ୍ଣର,  ଟ୍ରେଭିସ୍‌ ହେଡ୍‌, ମିଚେଲ ମାର୍ଶ,  ଷ୍ଟିଭେନ ସ୍ମିଥ୍‌/ମାର୍ନସ ଲାବୁସାନ, ଜୋସ  ଇଂଲିଶ, ଗ୍ଲେନ ମ୍ୟାକ୍ସୱେଲ୍‌, ମାର୍କସ  ଷ୍ଟଇନିସ୍‌, ପ୍ୟାଟ୍‌ କମିନ୍ସ(ଅଧିନାୟକ),  ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ  ହାଜେଲଉଡ୍‌ । 

ଆଫଗାନିସ୍ତାନ: ରହମନୁଲ୍ଲା  ଗୁରବାଜ, ଇବ୍ରାହିମ ଜାଡ୍ରାନ,  ରହମତ ଶାହ, ହସମତୁଲ୍ଲା  ସାହିଦି (ଅଧିନାୟକ), ଅଜମତୁଲ୍ଲା  ଓମାରଜାଇ, ଇକରାମ ଅଲିଖିଲ,  ମହମ୍ମଦ ନବି, ରସିଦ ଖାନ, ମୁଜିବ ଉର  ରେହମାନ, ନବୀନ ଉଲ-ହକ୍‌/ନୁର  ଅହମ୍ମଦ, ଫଜଲହକ୍‌ ଫାରୁକି ।



Copyright © 2022 - Summa Real Media Private Limited. All Rights Reserved.