ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟର ଲ’ ଅଫିସରଙ୍କ ଫି’ ୫୦ ପ୍ରତିଶତ ବଢିଲା

ଭୁବନେଶ୍ୱର, ୧।୩: ରାଜ୍ୟର ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ନନ୍ କାଡ୍ରେ ଲ ଅଫିସରମାନଙ୍କ ଡେଲି ଓ ରିଟେନର୍ ପ୍ରାଇସ୍‌ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଉପକୃତ ହେବେ । 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲ’ ଅଫିସରମାନଙ୍କ ଡେଲି ଓ ରିଟେନର ଫି’ କୁ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ଫି ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଆଡିସନାଲ ପବ୍ଲିକ୍ ପ୍ରୋସିକ୍ୟୁଟରମାନେ ଡେଲି ଫିଜ୍ ବାବଦରେ ୧ ହଜାର ୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧ ହଜାର ୮୭୫ ଟଙ୍କା ପାଇବେ । ସେହିଭଳି ପୂର୍ବରୁ ରିଟେନର ଫି’ ୮ ହଜାର ୨୦୦ ଟଙ୍କା ପାଉଥିବାବେଳେ, ବର୍ତ୍ତମାନ ୧୨ ହଜାର ୩୦୦ ଟଙ୍କା ପାଇବେ । କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରୋସିକ୍ୟୁଟରମାନେ ପୂର୍ବରୁ ଡେଲି ଫିଜ୍ ବାବଦରେ ୧ ହଜାର ୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧ ହଜାର ୬୫୦ ପାଇବେ । 

ରିଟେନର ଫି’ ବାବଦରେ ପୂର୍ବରୁ ୪ ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୬ ହଜାର ଟଙ୍କା ପାଇବେ । ୮୫ ଜଣ ସ୍ପୋଶିଆଲ ପବ୍ଲିକ୍ ପ୍ରୋସିକ୍ୟୁଟରମାନେ ପୂର୍ବରୁ ଡେଲି ଫିଜ୍ ବାବଦରେ ୧ ହଜାର ୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧ ହଜାର ୮୭୫ ଟଙ୍କା ପାଇବେ । ରିଟେନର ଫିଜ୍ ବାବଦରେ ପୂର୍ବରୁ ୮ ହଜାର ୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨ ହଜାର ୩୦୦ ଟଙ୍କା ପାଇବେ । ସେହିଭଳି କାର୍ଯ୍ୟରତ ୨୯ ଜଣ ଗଭମେଣ୍ଟ ପ୍ଲିଡର୍ ଏବଂ ୧୧୩ ଜଣ ଆସିଷ୍ଟାଣ୍ଟ ଗଭମେଣ୍ଚ ପ୍ଲିଡର୍ ପୂର୍ବରୁ ରିଟେନର୍ ଫି’ ବାବଦରେ ୮ ହଜାର ୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨ ହଜାର ୩୦୦ ପାଇବେ ।

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.