ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୨ ଗୁରୁତର

ଦାରିଙ୍ଗବାଡି,୩/୩ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ହିଲଭିୟୁ ଘାଟି ବୁଲାଣିରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ସୁଗାନକେତା ଗାଁର ପ୍ରିତମ ପ୍ରଧାନ(୧୭) ଓ ଗୁରୁତର ୨ ଜଣ ହେଲେ ସାରୀଙ୍ଗଗ୍ରିପି ଗାଁର ରିମସନ ପ୍ରଧାନ ଓ ବାଦଲ ପ୍ରଧାନ । ପ୍ରିତମଙ୍କ ସହ ଦୁଇ ଜଣ ସାଙ୍ଗ ଏକ ସ୍କୁଟି ଯୋଗେ ଦାରିଙ୍ଗବାଡ଼ିରୁ ନିଜ ଗାଁ ସୁଗାନକେତା କୁ ଯିବା ସମୟରେ  ହିଲଭିୟୁ ବୁଲାଣିରେ ଭାରସାମ୍ୟ ହରାଇ ଗାଡ଼ିଟି ଦୁର୍ଘଟଣା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରିତମଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଗୁରୁତର ୨ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ରେଫର କରାଯାଇଥିଲା । ଦାରିଙ୍ଗବାଡ଼ି ପୋଲିସ ଏ ନେଇ କେଶ ନମ୍ୱର ୩୬/୨୪ରେ ରୁଜୁ କରି ଘଟଣାର ତଦନ୍ତ କରୁଥିବାବେଳେ ଦୁର୍ଘଟଣା ଗ୍ରସ୍ତ ସ୍କୁଟିକୁ ଜବତ କରାଯାଇଥିବା ଏସଆଇ ଲକ୍ଷ୍ମୀ ମାଝୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.