ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

‘ବିଶ୍ୱରେ ବିଶ୍ୱାସ ସଂକଟ’ କଥା କହି G20ରୁ ‘ସବକା ସାଥ୍, ସବକା ବିକାଶ’ର ମନ୍ତ୍ର ଦେଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ, ୦/୦୯: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନ ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ୨ ଦିନିଆ ଜି ୨୦ ସମ୍ମିଳନୀ । ଚଳିତବର୍ଷ ଜି୨୦ ସମ୍ମିଳନୀର ଥିମ ରହିଛି ‘ବସୁଧୈବ କୁଟୁମ୍ବକମ୍‌’। ଅର୍ଥାତ୍  ଗୋଟିଏ-ପୃଥିବୀ, ଗୋଟିଏ-ପରିବାର ଓ ଗୋଟିଏ-ଭବିଷ୍ୟ ।

ଜି୨୦ ଶିଖର ସମ୍ମିଳନୀରେ ବିଶ୍ୱର ୧୯ ରାଷ୍ଟ୍ରର ନେତା ସାମିଲ୍ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ପ୍ରମୁଖ ସାମିଲ୍ ହୋଇଛନ୍ତି । 

ଜି-୨୦ ଶିଖର ସମ୍ମିଳନୀରେ ସ୍ଵାଗତର ପ୍ରତିବିମ୍ବ ଓଡ଼ିଶାର କାଳଜୟୀ ଆଶ୍ଚର୍ଯ୍ୟ କୋଣାର୍କ ଚକ୍ର

ପ୍ରଧାନମନ୍ତ୍ରୀ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ମୋରୋକ୍କୋ ଭୂମିକମ୍ପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଯଥାସମ୍ଭବ ସହଯୋଗ ଭାରତ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପିଏମ୍ ମୋଦୀ । ଏହି ଅବସରରେ ଜି୨୦କୁ ସମ୍ବୋଧିତ କରି ପିଏମ୍ ମୋଦୀ କହିଛନ୍ତି, ଆମେ ଆଜି ଯେଉଁଠି ଏକାଠି ହୋଇଛେ । ଏଠାରୁ ମାତ୍ର କେଇ କିଲୋମିଟର ଦୂରରେ ଅଢ଼େଇ ହଜାର ବର୍ଷ ତଳର ସ୍ତମ୍ଭ ରହିଛି । 

ମହାମାରୀ କରୋନା ପରେ ବିଶ୍ୱରେ ବିଶ୍ୱାସ ଅଭାବ ଦେଖା ଦେଇଛି । ୟୁକ୍ରେନ ଯୁଦ୍ଧ ଏହାକୁ ଆହୁରି ଘାତକ ସଜେଇ ଦେଇଛି । ଯଦି କରୋନାକୁ ହରାଇ ପାରିଲେ, ତାହେଲେ ଆପୋଷ ବୁଝାମଣା ମାଧ୍ୟମରେ ବିଶ୍ୱ ସଂକଟକୁ ମଧ୍ୟ ଦୂରେଇ ପାରିବା । ଏବେ ସମୟ ଏ ବିଷୟରେ ଆଲୋଚନା କରିବାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । 

G20ରେ ଚୀନକୁ ଚକମା ଦେବାକୁ ଭାରତ ପ୍ରସ୍ତୁତ, ଡ୍ରାଗନକୁ ଘେରିବାକୁ ହୋଇଛି ଏମିତି ଯୋଜନା…

ଜି୨୦ରେ ସାମିଲ୍ ହେଲା ଆଫ୍ରିକାନ୍ ୟୁନିଅନ୍

ଏହି ଅବସରରେ ଜି୨୦ରେ ଆଫ୍ରିକାନ୍ ୟୁନିଅନକୁ ସଦସ୍ୟତା ଲାଗି ଆମନ୍ତ୍ରଣ କରାଯାଇଛି । ଆଫ୍ରିକାନ୍ ୟୁନିଅନକୁ ଜି୨୦ରେ ସାମିଲ୍ ନେଇ ପିଏମ୍ ମୋଦୀ ଆଣିଥିବା ପ୍ରସ୍ତାବକୁ ସମସ୍ତ ସଦସ୍ୟ ଦେଶ ସ୍ୱୀକାର କରିଛନ୍ତି । ଏଥିସହ ଆଫ୍ରିକାନ୍ ୟୁନିଅନ୍ ଏବେ ଜି୨୦ର ସଦସ୍ୟ ହୋଇଛି । ଆଫ୍ରିକାନ୍ ୟୁନିଅନରେ ୫୫ଟି ଦେଶ ସାମିଲ୍ ଅଛନ୍ତି ।

African Union
G20 Summit
Narendra Modi

Copyright © 2022 - Summa Real Media Private Limited. All Rights Reserved.