ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଏମ୍‌ସିକୁ ପୂର୍ତ୍ତ ସଚିବଙ୍କ ନିର୍ଦ୍ଦେଶ, ଏକାମ୍ର ପ୍ରକଳ୍ପ ପାଇଁ ଶୀଘ୍ର ଜମି ହସ୍ତାନ୍ତର କର

ଭୁବନେଶ୍ୱର, ୦୨/୦୨: ଏକାମ୍ର ପ୍ରକଳ୍ପ  କାର୍ଯ୍ୟ ତ୍ୱରାନ୍ୱିତ ନିମନ୍ତେ ଓବିସିସିକୁ ଶୀଘ୍ର ଜମି ହସ୍ତାନ୍ତର କରାଯାଉ । ଏହା ସହିତ ଦେବୋତ୍ତର ଜମିର ହସ୍ତାନ୍ତର,ଡ୍ରେନ ନମ୍ବର ୭ ଯୋଗୁଁ ଉପୁଜୁ  ଥିବା ବାଧକ ଆଦିର ମଧ୍ୟ ସମାଧାନ କରାଯାଉ ।  ସେହିପରି ବେସରକାରୀ ଜମି ଅଧିଗ୍ରହଣ ଓ ଜବର  ଦଖଲ ଉଚ୍ଛେଦ କାର୍ଯ୍ୟକୁ ଶେଷ କରାଯିବା ଆବଶ୍ୟକ  ବୋଲି ଗୁରୁବାର ଏକାମ୍ର ପ୍ରକଳ୍ପ ଅନୁଧ୍ୟାନରେ  ଆସି ବିଏମସି ଭୂଅର୍ଜନ ଅଧିକାରୀଙ୍କୁ ପରାମର୍ଶ  ଦେଇଛନ୍ତି ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ  ଯାଦବ । ଆଜି ତାଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା ନବ ନିଯୁକ୍ତ  ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ ଆସିଥିଲେ । 

ପ୍ରଥମେ  ଜିଲ୍ଲାପାଳ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ସାରିବା  ପରେ ଏକାମ୍ର ପ୍ରକଳ୍ପ କାର୍ଯ୍ୟ ସମୀକ୍ଷାରେ ସାମିଲ  ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର  ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି,  ବିଏମସି ଡେପୁଟି କମିଶନର ରାଜ କିଶୋର ଜେନା, ଓବିସିସି ମହା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ,ମୁଖ୍ୟ  ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ସାଧାରଣ ପରିଚାଳକ  ଶ୍ରୀଧର ରାଉତଙ୍କ ସମେତ ଅନେକ ଅଧିକାରୀ  ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ସ୍ୱପ୍ନର ଏକାମ୍ର ପ୍ରକଳ୍ପ ୮୦ ଏକର  ପରିମିତ ଯାଗାରେ ନିର୍ମାଣ କରାଯିବ । 

ଏଥିପାଇଁ  ଗତ ବର୍ଷ ଜୁନ ମାସ ଶେଷ ସପ୍ତାହରେ ଭୂମିପୂଜନ  ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମଧ୍ୟ ସେ ନିଜେ  ସାମିଲ ହୋଇଥିଲେ । ପ୍ରାୟ ୨୮୦ କୋଟି ଟଙ୍କାରେ  ହେବାକୁ ଥିବା ଏହି ପ୍ରକଳ୍ପ ଦେଢ ବର୍ଷ ମଧ୍ୟରେ  କାମ ଶେଷ କରିବା ଲାଗି ଧାର୍ଯ୍ୟ ହୋଇଥିଲା ।  କିନ୍ତୁ ପ୍ରକଳ୍ପ କାର୍ଯ୍ୟରେ ଏଯାଏ ଭୂମି ଅଧିଗ୍ରହଣ  ବାଧକ ସାଜିଥିବାରୁ କାମ ଏକ ପ୍ରକାର ଧିମେଇଛି 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.