ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ପାକିସ୍ତାନର ପ୍ରଥମ ମିସ୍‌ ୟୁନିଭର୍ସ ପ୍ରତିଯୋଗୀ, ଗୁଇନ୍ଦା ବ୍ୟୁରୋକୁ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ ୧୭/୦୯: ପାକିସ୍ତାନକୁ ଦେଶର ଇତିହାସରେ ପ୍ରଥମ କରି ମିସ୍‌ ୟୁନିଭର୍ସ ପ୍ରତିଯୋଗୀ ମିଳିଛନ୍ତି । ତାଙ୍କ ନାମ ଏରିକା ରବିନ୍‌ । ସେ କରାଚିର ଜଣେ ମଡେଲ୍‌ । ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀ ବାଛିବା ପାଇଁ ପାକିସ୍ତାନ ତରଫରୁ ମାଳଦ୍ୱୀପରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ତେବେ ପାକିସ୍ତାନ ସରକାର ଏଥିରେ ଖୁସି ହେବା ପରିବର୍ତ୍ତେ ଗୁଇନ୍ଦା ବ୍ୟୁରୋକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସରକାରଙ୍କ ଜିହାଦୀ ମାନସିକତା ବୋଲି ପାକିସ୍ତାନର ଲୋକେ ଖୋଲାଖୋଲି କହୁଛନ୍ତି ।

ରିପୋର୍ଟ ଅନୁସାରେ, ପାକିସ୍ତାନ ତରଫରୁ ମିସ୍‌ ୟୁନିଭର୍ସ ପ୍ରତିଯୋଗୀ ବାଛିବା ପାଇଁ ହୋଇଥିବା ଇଭେଣ୍ଟରେ ସରକାରଙ୍କ ଅନୁମତି ନିଆଯାଇ ନ ଥିଲା । କାମଚଳା ପ୍ରଧାନମନ୍ତ୍ରୀ ଅନୱାର ଉଲ୍‌ ହକ୍‌ କାକଡ ପାକିସ୍ତାନର ବିଦେଶ ବିଭାଗ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଏହି କାର୍ଯ୍ୟକ୍ରମକୁ ପାକିସ୍ତାନ ନୁହେଁ ବରଂ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) କରାଇଥିଲା । ପାକିସ୍ତାନ ସରକାରଙ୍କ ବିନା ଅନୁମତିରେ କିପରି ଏହି କାର୍ଯ୍ୟକ୍ରମ କରାଗଲା ତାହା ଜାଣିବା ପାଇଁ ୟୁଏଇ ସରକାରଙ୍କ ସହ ଆଲୋଚନା କରିବାକୁ କୁହାଯାଇଛି । 

ଅନ୍ୟପକ୍ଷରେ ଯାଞ୍ଚ ନିର୍ଦ୍ଦେଶ ଦିଆଯିବା ପରେ ପାକିସ୍ତାନର ଲୋକେ ସେଠାକାର ସରକାର ଏବଂ କଠୋରପନ୍ଥୀ ନେତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପାକିସ୍ତାନୀ ୟୁଟ୍ୟୁବର ଆଲିଆ ଶାହ ଏକ ଭିଡିଓରେ କହିଛନ୍ତି, ଦେଶରେ ଖାଦ୍ୟ ମିଳୁନି, ଲୋକେ ଭୋକରେ ମରୁଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପ ଚରମରେ ପହଞ୍ଚିଛି, ବିଜୁଳି ବିଲ୍‌ ଦେଖି ଲୋକେ ଆତ୍ମହତ୍ୟା କରୁଛନ୍ତି । କିନ୍ତୁ ସରକାର ଏ ସବୁରେ ଧ୍ୟାନ ନ ଦେଇ ଜଣେ ଝିଅ କିପରି ମିସ୍‌ ୟୁନିଭର୍ସ ପ୍ରତିଯୋଗୀ ହୋଇପାରିବ ତାହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେବା ଦୁର୍ଭାଗ୍ୟଜନକ ।

ପ୍ରକାଶଥାଉ କି, ୨୪ ବର୍ଷୀୟା ଏରିକା ରବିନ୍‌ଙ୍କ ଜନ୍ମ ପାକିସ୍ତାନର ଏକ ଖ୍ରୀଷ୍ଟିଆନ ପରିବାରରେ ହୋଇଥିଲା । ୨୦୨୦ରୁ ସେ ମଡେଲିଂ ଆରମ୍ଭ କରିଥିଲେ । ୨୦୨୦ ଜୁଲାଇରେ ପାକିସ୍ତାନର ଡିଭା ମାଗାଜିନ୍‌ରେ ତାଙ୍କୁ ସ୍ଥାନିତ କରାଯାଇଥିଲା । ଆସନ୍ତା ନଭେମ୍ବରରେ ସାନ୍‌ ସାଲ୍‌ଭାଡୋରରେ ହେବାକୁ ଥିବା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ତାଙ୍କୁ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଚୟନ କରାଯାଇଛି ।

Copyright © 2022 - Summa Real Media Private Limited. All Rights Reserved.