ଭବାନୀପାଟଣା, ୧୨/୦୨ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡୋକରୀପଡ଼ା ନିକଟରେ ପିକଅପ୍ ଓଲଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି l ରବିବାର ଧର୍ମଗଡ ଏବଂ ଜୁନାଗଡ଼ ହସ୍ପିଟାଲରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l ମୃତକମାନେ ହେଲେ ମୋହନ ବିଶ୍ୱାଳ, ମଞ୍ଜୁଲତା ବିଶ୍ୱାଳ, ପ୍ରମିଳା ଚଲାନ ଏବଂ ସୁକାନ୍ତି ମାଝୀ l
ସୂଚନାନୁଯାୟୀ, ରବିବାର ଧର୍ମଗଡ଼ ହସ୍ପିଟାଲରେ ମୋହନ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନାଗଡ଼ ହସ୍ପିଟାଲରେ ମଞ୍ଜୁଲତା ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାରେ ଚିକିତ୍ସାଧୀନ ହେଉଥିବା ପ୍ରମିଳା ଚଲାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟପୂର୍ଣ୍ଣ ହୋଇଥିବା ବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ଯିବା ସମୟରେ ବଲାଙ୍ଗୀର ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତମାନ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁକାନ୍ତି ମାଝୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ତାଙ୍କ ମୃତ୍ୟୁ ପରେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି l