ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସୁପ୍ରିମକୋର୍ଟଙ୍କ ବାଣ ବ୍ୟାନ୍ ନିର୍ଦ୍ଦେଶକୁ ଦୀପାବଳିରେ ଧୂଆଁରେ ଉଡ଼େଇ ଦେଲେ ଲୋକ, ଦିଲ୍ଲୀରେ ପୁଣି ବଢ଼ିଲା ପ୍ରଦୂଷଣ

ନୂଆଦିଲ୍ଲୀ, ୧୩/୧୧: ଦୀପାବଳିରେ ବାଣ ଉପରେ ପ୍ରତିବନ୍ଧକ ସତ୍ତ୍ୱେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ-ଏନସିଆରରେ ଜୋରଦାର ବାଣ ଫୁଟାଇଛନ୍ତି ଲୋକେ । ଦିଲ୍ଲୀର ଅନେକ ଅଞ୍ଚଳରେ ରବିବାର ସକାଳୁ ଲୋକେ ବାଣ ଫୁଟାଇବା ଆରମ୍ଭ କରିଥିଲେ । ଆଉ ସନ୍ଧ୍ୟାରେ ଆତସବାଜୀ ବଢ଼ିଥିଲା । ରାତି ୧୦ ଯାଏଁ ଶୁଭୁଥିଲା ବାଣର ଢୋ ଢୋ ଶବ୍ଦ । 

୧୪ ସେକେଣ୍ଡ ଅନ୍ତରରେ ୯୦ ଡେସିବିଲ୍ ଶବ୍ଦ ସୀମା ପାର୍ କରିଥିଲା । ଦିଲ୍ଲୀରେ ଲୋକଙ୍କ ମନଖୋଲା ଆତସବାଜୀ ଫଳରେ ପୁଣି ଥରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି । ସୋମବାର ସକାଳେ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ସାମାନ୍ୟ ଠାରୁ ୬ ଗୁଣ ଅଧିକ ହୋଇ ୨୯୬ ରହିଛି । 

ଆସୁଛି ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ପୂରା ଦେଶ ସହିତ ରାଜଧାନୀ ଦିଲ୍ଲୀବାସୀ ଆନନ୍ଦ ଉଲ୍ଲାସରେ ପାଳିଛନ୍ତି ଦୀପାବଳି । ଗତବର୍ଷ ତୁଳନାରେ ଏଥର ଅଧିକ ବାଣ ଫୁଟାଇଛନ୍ତି ଦିଲ୍ଲୀବାସୀ । ଚଳିତ ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ଶୁଦ୍ଧ ବାୟୁ ଗତ ୮ ବର୍ଷର ରେକର୍ଡ ଭାଙ୍ଗିଛି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଅନୁସାରେ, ରବିବାର ସକାଳେ ଦିଲ୍ଲୀର ଆକାଶ ନିର୍ମଳ ରହିବା ସହ ସୂର୍ଯ୍ୟ କିରଣ ପଡ଼ିଥିଲା ।

ସହରରେ ବାୟୁ ଗୁଣବତ୍ତା ୨୧୮ ରହିଥିଲା । ଯାହାକି ଗତ ୮ ବର୍ଷ ସମୟରେ ଦୀପାବଳିରେ ସବୁଠୁ କମ୍ ରହିଥିଲା । ରିପୋର୍ଟ ଅନୁସାରେ, ଦିଲ୍ଲୀରେ ଦୀପାବଳିରେ ୨୦୨୨ରେ ଏକ୍ୟୁଆଇ ୩୧୨, ୨୦୨୧ରେ ୩୮୨, ୨୦୨୦ରେ ୪୧୪, ୨୦୧୯ରେ ୩୩୭, ୨୦୧୮ରେ ୨୮୧, ୨୦୧୭ରେ ୩୧୯ ଓ ୨୦୧୬ରେ ୪୩୧ ରେକର୍ଡ କରାଯାଇଥିଲା ।

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ଜଳିଗଲା ସାଇକେଲ ସମେତ ୪ଟି ବାଇକ୍

ସୂଚନାଯୋଗ୍ୟ, ନଭେମ୍ବର ୭ରେ ଦିଲ୍ଲୀ ବାୟୁ ପ୍ରଦୂଷଣ ର ଶୁଣାଣି କରି ସୁପ୍ରିମକୋର୍ଟ ବାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କହିଥିଲେ ଏହା ଦେଶର ସବୁ ରାଜ୍ୟ ପାଇଁ ଲାଗୁ । ବାୟୁ ପ୍ରଦୂଷଣକୁ ନେଇ ସନ୍ତୁଳି ହେଉଥିବା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିଲକୁଲ୍ ବି ବାଣ ଫୁଟାଇବା ଉଚିତ୍ ନୁହେଁ ବୋଲି କହିଥିଲେ ସୁପ୍ରିମକୋର୍ଟ । ହେଲେ ଲୋକେ ନିର୍ଦ୍ଦେଶକୁ ଧୂଆଁରେ ଉଡ଼େଇ ଦେଇ ମନଇଛା ବାଣ ଫୁଟାଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.