ପ୍ରମୂଖ ଖବର

କଟକରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଜାପିତା ବ୍ରହ୍ମାକୁମାରୀର ୫୦ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଲେ

କଟକ, ୧/୩ : କଟକରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନ ୪ଟା ସମୟରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ବବିଦ୍ୟାଳୟ ସେବାର ୫୦ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଛନ୍ତି । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 

ଏହି ଅବସରରେ ଆଜି ସକାଳୁ ବ୍ରହ୍ମାକୁମାରୀ ଭାଇ ଭଉଣୀମାନଙ୍କ ତରଫରୁ କଟକରେ ଏକ ବିଶାଳ ମାନବ ଶୃଙ୍ଖଳ କରାଯାଇଥିଲା। କଟକ ଖାନନଗର ମଲାଚଣ୍ଡିଆ ଛକ ଠାରୁ ପୋଲିସ କଲୋନୀ ପର୍ଯ୍ୟନ୍ତ ଏହି ମାନବ ଶୃଙ୍ଖଳ କରାଯାଇଥିଲା । ମଣିଷ ସମାଜ ପ୍ରତ୍ୟକ ନିଜ ନିଜ ହାତ ଧରି ଆଗେଇଲେ ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଠନ ହୋଇପାରିବ । ଏହି ଭାବନାକୁ ପ୍ରତିଫଳିତ କରିବା ପାଇଁ ଏହି ମାନବ ଶୃଙ୍ଖଳ କରାଯାଇଥିଲା ବୋଲି ବ୍ରହ୍ମାକୁମାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.