ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁକ୍ତ ୨ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି, ୧୧ରୁ ୧୩ ମଧ୍ୟରେ ହୋଇପାରିବ ଫର୍ମ ପୂରଣ

ଭୁବନେଶ୍ୱର,୦୮/୧୨:୨୦୨୪ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ଫର୍ମ ପୂରଣ କରିପାରିନଥିବା ଛାତ୍ରଛାତ୍ରୀମାନେ ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ ସୁଯୋଗ ପାଇବେ । ଆସନ୍ତା ୧୧ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ   ଫର୍ମ ପୂରଣର ସୁଯୋଗ ମିଳିବ । ୧୪ରୁ ୧୫ ତାରିଖ ମଧ୍ୟରେ ଫର୍ମ ପୂରଣ ଫି ଏସ୍‌ବି କଲେକ୍ଟ ମାଧ୍ୟମରେ ଦାଖଲ କରିବେ । ୧୬ରୁ ୧୮ ତାରିଖ ମଧ୍ୟରେ ଡକ୍ୟୁମେଣ୍ଟ ଦାଖଲ କରିବେ । ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା କୋର୍ସ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ । ପତ୍ର ବିନିମୟ ପାଠ୍ୟକ୍ରମର ପିଲାମାନେ ମଧ୍ୟ ୪୫୦ ଟଙ୍କା ଜରିମାନା ସହ ଫର୍ମ ପୂରଣ କରିପାରିବେ । 

ସୂଚନାଯୋଗ୍ୟ, ବିନା ଜରିମାନାରେ ଗତ ନଭେମ୍ବର ୧ରୁ ୨୯ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୨ ଫର୍ମ ପୂରଣ ପାଇଁ ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଥିଲା । ଏହି ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିନଥିବା ଛାତ୍ରଛାତ୍ରୀମାନେ ଡିସେମ୍ବର ୧ରୁ ୪ ତାରିଖ ମଧ୍ୟରେ ୧୦୦ ଟଙ୍କା ଜରିମାନା ସହ ଫର୍ମ ପୂରଣ କରିଥିଲେ । ଏହି ସମୟସୀମା ମଧ୍ୟରେ ଫର୍ମ ପୂରଣ କରିପାରିନଥିବା ଛାତ୍ରଛାତ୍ରୀମାନେ ୬ରୁ ୭ ତାରିଖ ମଧ୍ୟରେ ୪୫୦ ଟଙ୍କା ଜରିମାନା ସହ ଫର୍ମ ପୂରଣ କରିବାକୁ କୁହାଯାଇଥିଲା । ମାତ୍ର ଏହି ସମୟ ଅବଧିରେ ଅନେକ ପିଲା ଫର୍ମ ପୂରଣ କରିପାରିନଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସୂଚନା ମିଳିଥିଲା । ତେଣୁ ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସିଏଚ୍‌ଏସ୍‌ଇ ପକ୍ଷରୁ ପୁଣି ଫର୍ମ ପୂରଣ ଅବଧିକୁ ବୃଦ୍ଧି କରାଯାଇଛି ।

Also Read :-

୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.