ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦ୍ବିତୀୟ ଟେଷ୍ଟରୁ ଜାଡେଜା-ରାହୁଲ ବାଦ୍‌, ପ୍ରଥମ ଥର ଦଳରେ ସାମିଲ ହେଲେ ସର୍ଫରାଜ୍ ଖାନ

Image Courtesy: tv9hindi

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ ଲାଗି ସମୟ ଭଲ ନାହିଁ । ଇଂଲଣ୍ଡ ବିପକ୍ଷରେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌କୁ ଶକ୍ତ ଧକ୍କା ଲାଗିଛି । ବିଶାଖାପାଟନମରେ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି ଦୁଇ ଖେଳାଳି । ଫେବୃଆରୀ ୨ରେ ହେବାକୁ ଥିବା ଏହି ମ୍ୟାଚ୍‌ରୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ବ୍ୟାଟର କେଏଲ ରାହୁଲ ବାଦ ପଡ଼ିଛନ୍ତି । ଆହତ କାରଣରୁ ଦୁଇ ଖେଳାଳି ଟିମ୍‌ରେ ସାମିଲ ହୋଇପାରିବେ ନାହିଁ । 

 ଶେଷରେ ଚୟନ କମିଟି ମୁମ୍ବାଇର ବ୍ୟାଟର ସର୍ଫରାଜ ଖାନଙ୍କୁ ଭାରତୀୟ ସ୍କ୍ବାଡରେ ସାମିଲ କରିଛି । ହାଇଦ୍ରାବାଦରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜାନୁଆରୀ ୨୮ରେ ଜାଡେଜା ରନ ଆଉଟ ହୋଇଥିଲେ । ଏହ ସମୟରେ ସେ ଆହତ ହୋଇଥିଲେ । କେଏଲ ରାହୁଲଙ୍କ ଡାହାଣ ଜଙ୍ଘରେ ଆଘାତ ଲାଗିଥିବା ଜଣାପଡ଼ିଛି ।  ରବୀନ୍ଦ୍ର ଜାଡେଜା ଏବଂ ରାହୁଲ ହାଇଦ୍ରାବାଦ ଟେଷ୍ଟର ପ୍ରଥମ ପାଳିରେ ଦମଦାର ବ୍ୟାଟିଂ କରିଥିଲେ । ରାହୁଲ ପ୍ରଥମ ପାଳିରେ ୮୬ ରନ କରିଥିବା ବେଳେ ଜାଡେଜା ୮୭ ରନ୍‌ କରିଥିଲେ । ମ୍ୟାଚରେ ଜାଡେଜା ୫ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

 ଦ୍ବିତୀୟ ପାଳିରେ ଅନ୍ୟ ଖେଳାଳିଙ୍କ ଭଳି ଏହି ଦୁଇ ଖେଳାଳିଙ୍କ ବ୍ୟାଟିଂ ଭଲ ହୋଇନଥିଲା ।  ଶେଷରେ ୨୦୨ ରନ୍‌ରେ ଅଟକି ଯାଇଥିଲା ଟିମ୍‌ ଇଣ୍ଡିଆ । ଆଉ ଏବେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ବଡ଼ ଝଟକା ଲାଗିଛି । ଦୁଇ ଖେଳାଳି ବାଦ ପଡ଼ିବା ପରେ ବିସିସିଆଇ ୩ ଜଣ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରିଛି । ସର୍ଫରାଜ ଖାନ, ସୌରଭ କୁମାର ଏବଂ ଓ୍ବାଶିଟନ୍‌ ସୁନ୍ଦର ସାମିଲ ହୋଇଛନ୍ତି । ପ୍ରଥମ ଥର ସର୍ଫରାଜ ଖାନ ଭାରତୀୟ ଟିମ୍‌ରେ ସାମିଲ ହୋଇଥିବା ବେଳେ ସୁନ୍ଦରଙ୍କୁ ଟେଷ୍ଟ ସ୍କ୍ବାଡରେ ପୁଣି ଥରେ ସାମିଲ କରାଯାଇଛି । ବାମହାତୀ ସ୍ପିନର ସୌରଭ ଟିମକୁ ଫେରିଥିବା ବେଳେ ଡେବ୍ୟୁ ଅପେକ୍ଷାରେ ରହିଛନ୍ତି ।

Also Read :-

ଆସନ୍ତା ୪ରେ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ ହାଫ୍‌-ମାରାଥନ୍‌, ବହୁ ସଂଖ୍ୟାରେ ଭାଗ ନେବାକୁ ଆବେଦନ କଲେ ଭଜି

 

  • prameyanews
  • PrameyaOdia
  • prameya
  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.