ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜସ୍ଥାନରେ ବିଜେପି ସରକାର ! ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବେ ଅଶୋକ ଗେହଲଟ

Image Courtesy: abplive

ଜୟପୁର: ରାଜସ୍ଥାନରେ ବିଜେପି ସରକାର ଗଢ଼ିବାକୁ ଯାଉଛି । ରାଜସ୍ଥାନରେ ରାଜନୈତିକ ପରମ୍ପରା ବଜାୟ ରହିଛି । କଂଗ୍ରେସ ସରକାର ପରେ ପୁଣି ଥରେ ବିଜେପି ଶାସନକୁ ଫେରିବାକୁ ଯାଉଛି । ସେପଟେ ଭୋଟ ଗଣତି ଶେଷ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ସନ୍ଧ୍ୟା ୫.୩୦ରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ। ବିଦାୟୀ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଇସ୍ତଫା ପତ୍ର ଦେବେ ବୋଲି ଜଣାପଡ଼ିଛି । 

ବିଜେପିର ବମ୍ପର ବିଜୟ ପରେ କଂଗ୍ରେସ ଶିବିରରେ ନିରବତା ଖେଳିଯାଇଛି । ସେପଟେ ଜୟପୁରରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ବିଜୟ ଉତ୍ସବ ମନାଉଥିବା ବେଳେ ପରସ୍ପରକୁ ମିଠା ଦେଇ ଶୁଭେଚ୍ଛା ଜଣାଉଛନ୍ତି । ତେବେ ଭୋଟିଂ ସରିବା ପରେ ଏକଜିଟ ପୋଲରେ ରାଜସ୍ଥାନରେ ବିଜେପିର ବିଜୟ ହେବ ବୋଲି ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଥିଲା । ଆଉ ଆଜିର ଏକଜାଟ ରେଜଲ୍ଟ ଆସିବା ପୂର୍ବରୁ ଭୋଟ ଗଣତି ଟ୍ରେଣ୍ଡ ଅନୁସାରେ କଂଗ୍ରେସ ଠାରୁ ବହୁ ଆଗରେ ରହିଛି ବିଜେପି । 

ସେପଟେ ଏକଜିଟ ପୋଲକୁ ପ୍ରତ୍ୟାଖାନ କରିବା ସହ ରାଜ୍ୟରେ କଂଗ୍ରେସ ସରକାର କରିବ ବୋଲି ଦୃଢ଼ୋକ୍ତ ବାଢ଼ିଥିଲେ ଅଶୋକ ଗେହଲଟ । ରାଜସ୍ଥାନରେ ବହୁମତରୁ ବହୁ ପଛରେ କଂଗ୍ରେସ । ବହୁମତ ପାଇଁ ୧୦୧ ସିଟ ଦରକାର ଥିବା ବେଳେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ କଂଗ୍ରେସକୁ ୬୯ ଆସନ୍‌ ମିଳୁଛି । ତେବେ ୨୦୧୮ ତୁଳନାରେ ଖୁବ କମ ଆସନରେ ବିଜୟୀ ହେବାକୁ ଯାଉଛି କଂଗ୍ରେସ । ସେହିଭଳି ବିଜେପି ୧୧୫ ସିଟ୍‌ରେ ବିଜୟୀ ହୋଇ ସରକାର ଗଢ଼ିବାକୁ ଏକପ୍ରକାର ପ୍ରସ୍ତୁତ ଥିବା ଜଣାପଡ଼ିଛି ।

 

 

  • Rajasthan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.