ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନବରଙ୍ଗପୁରରେ ରାଜନାଥ ସିଂ, ବିଜେପି କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ନବରଙ୍ଗପୁର, ୨୨/୦୨ : ନବରଙ୍ଗପୁରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ନବରଙ୍ଗପୁରରେ ପହଞ୍ଚିବା ପରେ ଦଳୀୟ ନେତାଙ୍କ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେ ସିଧାସଳଖ ନବରଙ୍ଗପୁର ସର୍କିଟ ହାଉସ ପଡିଆ ନିକଟରେ ଆୟୋଜିତ ସଭାସ୍ଥଳକୁ ଯାଇଥିଲେ । ସେଠାରେ ୪ ଜିଲ୍ଲା ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁର ଲୋକସଭା ସଂସଦୀୟ କ୍ଷେତ୍ରର ବିଜେପି କୋର କମିଟି ସଦସ୍ୟଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । 

ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓଙ୍କ ସହ ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଲୋକସଭା କ୍ଷେତ୍ରର ୨ହଜାରରୁ ଉର୍ଦ୍ଧ୍ଵ ବିଜେପି କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.