ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଡନ୍‌ ଭୂମିକା କରିବାକୁ ଡରୁଛନ୍ତି ରଣବୀର, ଦର୍ଶକ ଆପଣେଇବେ କି ନାହଁ ଅଭିନେତାଙ୍କୁ ଘାରିଲା ଚିନ୍ତା

ମୁମ୍ବାଇ ୧୦/୧୨: ଘୋଷଣା ହେବା ପରଠାରୁ ତାଙ୍କୁ ନେଇ ସମାଲୋଚନା ଆରମ୍ଭ। କାରଣ ପରଦାରେ ‘ଡନ୍‌’  ମାନେ ଦର୍ଶକଙ୍କ ଆଖି ଆଗରେ ଭାସିଉଠେ ଅମିତାଭ ବଚ୍ଚନ ନହେଲେ ଶାହରୁଖ ଖାନଙ୍କ ଚେହେରା। ଏବେ ଏହି ଦୁଇ ଅଭିନେତାଙ୍କ ଆଇକନିକ୍‌ ଚରିତ୍ରରେ କାଳେ ଦେଖିବାକୁ ମିଳିବେ ରଣବୀର ସିଂହ। ଏକଥା ଆଦୌ ପ୍ରସନ୍ଦ କରୁନାହାନ୍ତି ବହୁଚର୍ଚ୍ଚିତ ଏହି ଫ୍ରଞ୍ଚାଇଜିର ପ୍ରଶଂସକମାନେ। ରଣବୀରଙ୍କୁ ନାନା କଟୁ ଭାଷାରେ ସମାଲୋଚନା କରୁଛନ୍ତି ଶାହାରୁଖ ଏବଂ ଅମିତାଭଙ୍କ ପ୍ରଶଂସକମାନେ। 

ସେମାନଙ୍କ କହିବା ହେଲା ରଣବୀରଙ୍କ ଯେଉଁ ଚେହେରା , ତାପ’ରେ ତାଙ୍କର ଯେଭଳି ସ୍ୱର   ସେଥିରେ ଡନ୍‌ ଭଳି ରଫ୍‌ ଆଣ୍ଡ୍‌ ଟଫ୍‌ ଚରିତ୍ରରେ ଅଭିନୟ କରିବା ରଣବୀରଙ୍କ ପକ୍ଷେ ସମ୍ଭବ ନୁହେଁ।ତେବେ ସବୁ ସମାଲୋଚନାକୁ ସମ୍ଭାଳି ନେଇ ଏହି ଚରିତ୍ରରେ ଅଭିନୟ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରଣବୀର। ସଂପ୍ରତି ଏହି ପ୍ରସଙ୍ଗରେ ନିଜ ମନୋଭବା ବ୍ୟକ୍ତ କରିଛନ୍ତି ରଣବୀର। କିଛିଦିନ ତଳେ ସାଉଦି ଆରବରେ ରେଡ୍‌ ସି ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ ରଣବୀର। ସେଠାରେ ଡନ୍‌ ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ରଣବୀର ସ୍ୱଭାବସୁଲଭ ଭଙ୍ଗୀରେ ଉତ୍ତର ଦେଇଥିଲେ ଦର୍ଶକମାନ ଏଥର ସଂପୂର୍ଣ୍ଣ ଭିନ୍ ଏକ ଡନ୍‌କୁ ଦେଖିବାକୁ ପାଇବେ। 

ସେ କୁହନ୍ତି ତାଙ୍କୁ ଫିଲ୍ମ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ ପାଇଁ ପ୍ରସ୍ତାବ ମିଳିଥିବାରୁ ଖୁସି ଅଛନ୍ତି। କିନ୍ତୁ ପର ମୁହୂର୍ତ୍ତରେ ଭୟ ବି ଲାଗୁଛି। କାରଣ ଯଦି ସୋସିଆଲ୍‌ ମିଡିଆରେ ଏନେଇ ଅଧିକ ଟ୍ରୋଲ୍‌ର  ଶିକାର ହେବାକୁ ପଡେ ତେବେ ନିର୍ମାତା ନିର୍ଦ୍ଦେଶକଙ୍କୁ ଭିନ୍ନ ପଥ ଆପଣେଇବାକୁ ପଡିପାରେ। ହୁଏତ ପରିସ୍ଥିତି ତାଙ୍କ ବିପକ୍ଷରେ ଗଲେ ନିର୍ମାତା ବାଧ୍ୟ ହୋଇପାରନ୍ତି ତାଙ୍କ ସ୍ଥାନରେ ଆଉ କାହାକୁ ନେବା ପାଇଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.