ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ମାଘ ମାସରେ ପ୍ରେମ ଋତୁ; ୩୦ ଟଙ୍କାରେ ବିକ୍ରି ହେଉଛି ଗୋଲାପ, ବୁକେ ୨୦୦ରୁ ଆରମ୍ଭ

ଭୁବନେଶ୍ୱର, ୭।୦୨: ମାଘ ମାସରେ ଆରମ୍ଭ ହେଲା ପ୍ରେମଋତୁ । ପ୍ରେମ ମାନିବନି ବାଧାବନ୍ଧନ । ନିଜ ପ୍ରେମକୁ ଆଉ ଟିକେ ମଝବୁତ କରିବା ଲାଗି ସପ୍ତାହର ୭ଦିନକୁ ନିଆରା ଢ଼ଙ୍ଗରେ ପାଳିବାକୁ ପ୍ରେମୀ ଯୁଗଳ ପ୍ରସ୍ତୁତ ହୋଇସାରିଲେଣି । ପ୍ରେମ ସପ୍ତାହର ପ୍ରଥମ ଦିନ ଆରମ୍ଭ ହେଉଛି ଗୋଲାପ ଦିବସ ବା ରୋଜ୍‌ ଡେରୁ । ବୁଧବାରଠାରୁ ଆରମ୍ଭ ହେଉଥିବା ପ୍ରେମ ସପ୍ତାହ ଭାଲେନ୍‌ଣ୍ଟାଇନ୍‌ ଡେ ଦିନ ସରିବ । ଏହି ଦିବସ ପାଇଁ ଯୁବପିଢ଼ି ପ୍ରସ୍ତୁତ । ଆଜିଠୁ ପାର୍କରେ ଜମିବ ଭିଡ଼ । କିଏ ଗୋଲାପ ଦେଇ ପ୍ରେମ ନିବେଦନ କରିବେ ତ ଆଉ କିଏ ରକ୍ତିମ ଗୋଲାପ ଦେଇ ସମ୍ପର୍କକୁ ରୋମାଣ୍ଟିକ୍‌ କରିବେ । ସକାଳୁ ରାତି ଯାଏ ଫୁଲ ଦୋକନରେ ଲାଗିବ ଭିଡ଼ । ଏହି ସପ୍ତାହରେ ଗୋଲାପର ଚାହିଦା ମଧ୍ୟ ବଢ଼ିବ । 

ରାଜଧାନୀର ବିଭିନ୍ନ ଫୁଲ ଦୋକାନରେ ଆଗୁଆ ବରାଦି ଦିଆସରିଛି । ଭାଲେନଣ୍ଟାଇନ୍‌ ସପ୍ତାହ ପାଇଁ ଫୁଲ ଦୋକନଗୁଡ଼ିକ ଲାଲ୍‌ ସହ ବିଭିନ୍ନ ରଙ୍ଗର ଗୋଲାପରେ ସଜେଇ ହୋଇଛି । ପ୍ରେମ ସପ୍ତାହ ପାଇଁ ଗୋଲାପର ଚାହିଦା ବଢ଼ୁଥିବାରୁ ଦୋକାନୀମାନେ ମଧ୍ୟ ଅଧିକ ମାତ୍ରାରେ ଗୋଲାପ ଫୁଲ ଅର୍ଡର କରିଛନ୍ତି । ଚାହିଦାକୁ ଦେଖି ଗୋଲାପର ଦାମ୍‌ ମଧ୍ୟ ବଢ଼ିଯାଇଛି । ପୂର୍ବରୁ ୧୫ରୁ ୨୦ଟଙ୍କାରେ ବିକ୍ରି ହେଉଥିବା ଫୁଲ ବର୍ତ୍ତମାନ ୩୦ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେବ । ଗୋଲାପ ଫୁଲର ବୁକେ ୨୦୦ରୁ ଆରମ୍ଭ ହୋଇ ୧୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥିପାଇଁ ମଙ୍ଗଳବାର ରାତିରୁ ଫୁଲ ଆସି ସାରିଲାଣି । ଓଡ଼ିଶାରେ ଗୋଲାପ ଫୁଲ ମିଳୁ ନଥିବାରୁ ଅଧିକ ମାତ୍ରାରେ ବେଙ୍ଗାଲୁରୁ ଓ କୋଲକାତାରୁ ଫୁଲ ଆସିଥାଏ । ଏକ ନମ୍ବର ହାଟରେ ଫୁଲ ଦୋକାନ କରିଥିବା ଜଗନ୍ନାଥ ବେହେରା କହିଛନ୍ତି, ଏ ମାସରେ ଗୋଲାପ ଫୁଲ ଅଧିକ ବିକ୍ରି ହୁଏ । ଅନ୍ୟ ଫୁଲ ତୁଳନାରେ ଲାଲ ଗୋଲାପ ଅଧିକ କିଣିବାକୁ ପସନ୍ଦ କରୁଛନ୍ତି ଯୁବପିଢ଼ି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.