ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେନେଡି ପଡାଲ୍କାଙ୍କ ରେକର୍ଡ ଭାଙ୍ଗିଲେ ଓଲେଗ, ମହାକାଶରେ ବିତାଇଲେ ୮୭୯ ଦିନ

ନୂଆଦିଲ୍ଲୀ ୦୭/୦୨: ମହାକାଶରେ ସର୍ବାଧିକ ୮୭୯ ଦିନ ବିତାଇବାର ରେକର୍ଡ କରିଛନ୍ତି ରୁଷ୍‌ ମହାକାଶଯାତ୍ରୀ ଓଲେଗ କୋନୋନେନ୍‌କୋ । ତେବେ ଏହା ଥରକେ ରହଣି ନୁହେଁ । ଏହି ରେକର୍ଡ ମାଧ୍ୟମରେ ସେ ନିଜ ଦେଶର ଜେନେଡି ପଡାଲ୍କାଙ୍କର ୮୭୮ ଦିନ, ୧୧ ଘଣ୍ଟା ଓ ୩୦ ମିନିଟ୍‌ର ରେକର୍ଡ ଭାଙ୍ଗିଛନ୍ତି । କୋନୋନେନ୍‌କୋ ଆସନ୍ତା ଜୁନ୍‌ ୫ ତାରିଖରେ ପୁଣି ମହାକାଶ କେନ୍ଦ୍ର ଯିବେ । ଏହି ଯାତ୍ରା ଜରିଆରେ ସେ ମହାକାଶରେ ୧୦୦୦ ଦିନ ବିତାଇଥିବା ମହାକାଶଚାରୀର ରେକର୍ଡ କରିବେ । ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ତାଙ୍କ ମହାକାଶ ଯାତ୍ରା ଶେଷ ହେବ । ସେତେବେଳକୁ ସେ ମହାକାଶରେ ୧୧୧୦ ଦିନ ବିତାଇଥିବେ । ରୁଷ୍‌ ମହାକାଶଯାନ ରସ୍‌କସ୍‌ମସ୍‌ ଏହି ସୂଚନା ଦେଇଛି ।

ସୋଭିଏତ୍‌ ଓ ଋଷୀୟ ମହାକାଶଚାରୀମାନେ ଆରମ୍ଭରୁ ମହାକାଶରେ ଅଧିକ ସମୟ ବିତାଇବାର ରେକର୍ଡ କରିଆସିଛନ୍ତି । ସର୍ବାଧିକ ସମୟ ମହାକାଶରେ ବିତାଇଥିବା ମହାକାଶଚାରୀଙ୍କ ତାଲିକାର ପ୍ରଥମ ୮ ଜଣ ରୁଷ୍‌ର । ୯ମରେ ଅଛି ଆମେରିକା ଅର୍ଥାତ୍‌ ନାସାର ପେଗି ହ୍ୱିଟ୍‌ସନ୍‌ । ସେ ୬୭୫ ଦିନ ମହାକାଶରେ ବିତାଇଛନ୍ତି । ଋଷୀୟ ମହାକାଶଚାରୀ ଭ୍ୟାଲେରି ପୋଲିୟାକୋଭ୍‌ ୧୯୯୪ ମସିହା, ଜାନୁଆରୀରୁ ୧୯୯୫ ମସିହା ମାର୍ଚ୍ଚ ମଧ୍ୟରେ ମୀର ମହାକାଶ କେନ୍ଦ୍ରରେ ୪୩୮ ଦିନ ବିତାଇ ରେକର୍ଡ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.