ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୁଲାବୁଲି କରିବାକୁ ପସନ୍ଦ କରନ୍ତିନି ସଲମାନ, ବାପାଙ୍କୁ ଦିଅନ୍ତି ରୋଜଗାର କରୁଥିବା ସମସ୍ତ ଟଙ୍କା

ମୁମ୍ବାଇ ୦୩/୧୨: ସାଧାରଣତଃ ଦେଖାଯାଏ ଯେ, ଅଳ୍ପ କିଛି ନାମ ଓ  ଯଶ କରିଦେଇ ବଲିଉଡର କିଛି କଳାକାର ବାପା,  ମା’ଙ୍କଠାରୁ ଅଲଗା ରହନ୍ତି । କିନ୍ତୁ ସଲ୍‌ମାନ  ଖାନ୍‌ ଆଜି ମଧ୍ୟ ବାପା, ଓ ମା’ଙ୍କ ସହ ରହନ୍ତି ।  ତାହା ପୁଣି କୌଣସି ଆଲିସାନ୍‌ ବଙ୍ଗଳାରେ  ନୁହେଁ, ଅପେକ୍ଷାକୃତ ଏକ ଛୋଟ ଘରେ । ଲକ୍ଷ  ଲକ୍ଷ ଲୋକଙ୍କ ହୃଦୟରେ ରାଜୁତି  କରୁଥିବା ସଲ୍‌ମାନ  ଏକ ଟିଭି ସୋ’ରେ  ଯୋଗଦେଇ ନିଜର ରୋଜଗାର ଏବଂ ଖର୍ଚ୍ଚ ଉପରେ  ଅନେକ କଥା ଖୋଲି କହିଥିଲେ । 

ସଲ୍‌ମାନ ଆଜି  ମଧ୍ୟ ସେ ରୋଜଗାର କରୁଥିବା ସମସ୍ତ ଟଙ୍କା ବାପା  ସଲିମ ଖାନଙ୍କୁ ଦେଇଦିଅନ୍ତି ଓ ଆବଶ୍ୟକ ହେଲେ  ତାଙ୍କଠୁ ମାଗିକରି ନିଅନ୍ତି । ଆହୁରି ଆଶ୍ଚର୍ଯ୍ୟକର  କଥା ଯେ, ସଲ୍‌ମାନ ପ୍ରାୟ ୨୫-୨୬ ବର୍ଷ ହେଲା   ବାହାରେ କୌଣସି ହୋଟେଲ କିମ୍ବା ରେସ୍ତୋରାଁରେ   ଖାଇ ନାହାନ୍ତି । ମା’ଙ୍କର ଯେତେବେଳେ ଇଚ୍ଛା ହୁଏ,  ସେ ସଲ୍‌ମାନଙ୍କୁ ସାଙ୍ଗରେ ନେଇ ନିକଟସ୍ଥ କଫି   କ୍ୟାଫେକୁ ଯାଆନ୍ତି ଓ କପେ କଫି ପିଇ ଫେରିଆସନ୍ତି ।  

ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ୍‌ ସଚେତନ ସଲ୍‌ମାନ  ଖାନ କହନ୍ତି, ବାହାରେ ଖାଇବା ପିଇବା ଦୂରେ ଥାଉ,  ସିନେମାର ସୁଟିଂ ନ ଥିଲେ ସେ ବାହାରକୁ ଆଦୌ  ଯାଆନ୍ତି ନାହିଁ । ଫୁର୍‌ସତ ପାଇଲେ ଘରର ଲନ୍‌ରେ  ବସନ୍ତି ନ ହେଲେ ଫାର୍ମ ହାଉସ୍‌କୁ ଯାଆନ୍ତି । ଏହା ହିଁ  ତାଙ୍କ ପାଇଁ ‘ବାହାରକୁ ଯିବା’ ବୋଲି ସେ କହନ୍ତି ।  ସମୟ ପାଇଲେ ସେ ଘରେ, ପରିବାର ସଦସ୍ୟଙ୍କ  ସହିତ ହିଁ ରହିବାକୁ ଭଲପାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.