ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଅଣ୍ଡରୱାର୍ଲ୍ଡ ସାମନାରେ ବି ମୁଣ୍ଡ ନୁଆଁଇ ନଥିଲେ ଶାହରୁଖ ; କହିଲେ – ଗୁଳି ମାରିଦିଅ , ହେଲେ …

ମୁମ୍ୱାଇ-ଶାହରୁଖ ଖାନଙ୍କର ଫିଲ୍ମ ଯବାନ ବକ୍ସ ଅଫିସରେ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ଦୁଇ ଦିନରେ ଫିଲ୍ମ ଘରୋଇ ବକ୍ସ ଅଫିସରରେ ୧୦୦କୋଟି ଟଙ୍କାର ଆୟ କରିସାରିଛି। ଫିଲ୍ମଟି ଯେମିତି କି ସୁନାମୀ ନେଇ ଆସିଛି। ଏବେ ନଜର ରହିଛି ୱିକେଣ୍ଡର କଲେକ୍ସନ ଉପରେ। ଯବାନକୁ ସମୀକକ୍ଷଙ୍କର ମଧ୍ୟ ଭଲ ରିଭ୍ୟୁ ମିଳିଛି। ଓପନିଂ ଡେ’ରେ ଫିଲ୍ମ ପଠାନର ରେକର୍ଡ ଭାଙ୍ଗି ଦେଇଥିଲା ଏବଂ ପ୍ରଥମ ଦିନ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ହୋଇ ପାରିଛି। ଶୁକ୍ରବାର ଶାହରୁଖ ଖାନ ଅନେକ ସମୟ ଟ୍ୱିଟରରେ ଆକ୍ଟିଭ୍‌ ରହିଥିଲେ ଏବଂ ଲଗାତାର ପ୍ରଶଂସକ କ୍ଲବକୁ ଧନ୍ୟବାଦ କରୁଥିଲେ। ଫିଲ୍ମକୁ ମିଳିଥିବା ରେସ୍ପନ୍ସ ପରେ ଯେକେହି ଏବେ ଏହା କହୁଛନ୍ତି କି ଶାହରୁଖଙ୍କର ରେକର୍ଡ କେବଳ ଶାହରୁଖ ହିଁ ଭାଙ୍ଗି ପାରିବେ। ଏହି ଭିତରେ ନିର୍ଦ୍ଦେଶକ ସଂଜୟ ଗୁପ୍ତା ଅଭିନେତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। 

ଶାହରୁଖଙ୍କ ଆକ୍ଟିଂକୁ ଖୁବ୍‌ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା , ‘ଯବାନ’କୁ ନେଇ କଲେ ଟ୍ୱିଟ୍

 ଅଣ୍ଡରୱାର୍ଲ୍ଡ ସାମନାରେ ମଧ୍ୟ ନଇଁ ନଥିଲେ … 

କାଣ୍ଟେ ଓ ଶୁଟ୍‌ଆଉଟ୍‌ ଆଟ୍‌ ଲୋଖଣ୍ଡୱାଲା ଭଳି ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା କହିଛନ୍ତି କି ସେ ଯବାନ ଦେଖି ସାରିଛନ୍ତି। ସେ ଶାହରୁଖଙ୍କ ବିଷୟରେ ଖୁଲାସା କରିଛନ୍ତି କି ଗୋଟେ ସମୟ ଥିଲା ଯେବେ ଅଣ୍ଡରୱାର୍ଲ୍ଡ ଡନ୍‌ ଷ୍ଟାରଙ୍କୁ ଧମକାଉ ଥିଲେ , ସେତେବେଳ ମଧ୍ୟ ଶାହରୁଖ ମୁଣ୍ଡ ନୁଆଁଇ ନଥିଲେ। ତାଙ୍କର କହିବା ହେଲା କି ଯଦି ସେ ଗୁଳି ବି ମାରି ଦେଲେ , ସେତେବେଳେ ମଧ୍ୟ ତାଙ୍କର କାମ କରିବେ ନାହିଁ। ସେ ପଠାନ। 

 ସଞ୍ଜୟ ଗୁପ୍ତା ଟ୍ୱିଟ୍‌ କରିଛନ୍ତି , ମୁଁ ଯବାନ ଦେଖି ସାରିଛି। ଏହାକୁ ସେୟାର ନକରି ରହି ପାରୁବି ନାହିଁ । ୯୦ ଦଶକରେ ଯେବେ ଅଣ୍ଡରୱାର୍ଲ୍ଡ ଫିଲ୍ମ ଷ୍ଟାରଙ୍କୁ ଧମକାଉ ଥିଲେ , ସେତେବେଳେ ଶାହରୁଖ ଖାନ ଏକମାତ୍ର ଏମିତି ଷ୍ଟାର ଥିଲେ , ଯିଏକି  କେବେ ହାର୍‌ ମାନି ନାହାନ୍ତି । ସେ କହିଥିଲେ , ଗୁଳି ମାରିବାର ଅଛି ଯଦି ମାରି ଦିଅ , କିନ୍ତୁ ତମ ପାଇଁ କାମ କରିବି ନାହିଁ । ମୁଁ ପଠାନ । ସେ ଆଜିବି ସେମିତି । 

ଫିଲ୍ମ ‘ଯବାନ’କୁ ନେଇ ରାଜାମୌଳୀଙ୍କର ଟ୍ୱିଟ୍ , ଶାହରୁଖ ଖାନ ଦେଲେ ଜବାବ

ଉଲ୍ଲେଖନୀୟ ଯେ, ଯବାନର ନିର୍ଦ୍ଦେଶକ ହେଉଛନ୍ତି ଏଟଲୀ। ଏହା ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ। ଶାହରୁଖଙ୍କ ବ୍ୟତୀତ ଫିଲ୍ମରେ ନୟନତାରା , ବିଜୟ ସେତୁପତି , ସାନ୍ୟା ମଲହୋତ୍ରା , ପ୍ରିୟାମଣି , ସୁନିଲ ଗ୍ରୋଭର , ରିଦ୍ଧି ଡୋଗରା , ଏଜାଜ ଖାନ , ସଞ୍ଜିତା ଭଟ୍ଟାଚାର୍ଜ , ଲହର ଖାନ , ଆଲିଆ କୁରେଶୀ , ଗିରିଜା ଓକେ ଓ ଅନ୍ୟମାନେ ଅଭିନୟ କରିଛନ୍ତି। ଦୀପିକା ପାଦୁକୋଣ ଓ ସଞ୍ଜୟ ଦତ୍ତ ଫିଲ୍ମରେ ସ୍ପେଶାଲ ଆପିୟରେନ୍ସ ଦେଇଛନ୍ତି।  

Copyright © 2022 - Summa Real Media Private Limited. All Rights Reserved.