କୋଣାର୍କ, ୪।୨: ପ୍ରଥମ ମହିଳା ଭାବେ କୋଣାର୍କର ବାଲୁକାଶିଳ୍ପୀ ସରିତା ଗୋଚ୍ଛାୟତଙ୍କୁ ମିଳିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ । ଗତ ଡିସେମ୍ବର ୨୪ ତାରିଖରେ ଚନ୍ଦ୍ରଭାଗା ବେଳାଭୂମିରେ ୨୬ ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟମନ୍ଦିରର ବିଶାଳ ବାଲୁକା କଳାକୃତି ଗଢ଼ିଥିଲେ । ଏହି କଳାକୃତି ଗଢ଼ି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ ଆଶା ରଖିଥିଲେ ସରିତା । ଏହି ବାଲୁକା କଳାରେ ଓଡ଼ିଶାର କଳା ଓ ଐତିହ୍ୟ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ବାଲିରେ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ପର୍ଯ୍ୟଟକମାନଙ୍କୁ ବେଶ୍ ଆକର୍ଷିତ କରିଥିଲା ।
ଏହି ବିଶାଳ ବାଲୁକା କଳା ଗଢ଼ିବାକୁ ସରିତାଙ୍କ ସହିତ କୋଣାର୍କ ସ୍ୟାଣ୍ଡ ଆର୍ଟର ଛାତ୍ରଛାତ୍ରୀଙ୍କୁ ୩୬ ଘଣ୍ଟା ସମୟ ଲାଗିଥିଲା । ବାଲୁକା କଳା ମାଧ୍ୟମରେ ଭାରତର କଳା ସଂସ୍କୃତିକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଥିବା ବାଲୁକାଶିଳ୍ପୀ ସରିତା କହିଛନ୍ତି ।