ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍କୁଲ ବନ୍ଦ ଘଟଣା, ସହକାରୀ ଶିକ୍ଷକ ନିଲମ୍ବିତ

ଦାରିଙ୍ଗବାଡ଼ି, ୮/୧୨:  ଡିଡ୍ରବାଡ଼ି ସ୍କୁଲ ବନ୍ଦ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଇକିଆ ଗୋଷ୍ଟି ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ବୁଧବାର ଦିନ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ଗୁରୁବାର ଦିନ ସହକାରୀ ଶିକ୍ଷକ ମୋହନ କୁମାର ମହାରଣା ଙ୍କୁ ନିଲମ୍ବନ କରିଛନ୍ତି । ମଧ୍ୟାହ୍ନ ଭୋଜନ ବନ୍ଦ ଓ ଅନଧିକୃତ ଭାବେ ଅନୁପସ୍ଥିତ ରହିଥିବା ଯୋଗୁଁ ଗୋଷ୍ଟି ଶିକ୍ଷା ଅଧିକାରୀ ମୋହନ କୁମାର ମହାରଣାଙ୍କୁ ନିଲମ୍ବିତ କରିଛନ୍ତି । ବାଡାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡ଼ିଡ୍ରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଶିକ୍ଷକ ମାନେ ନଆସିବା ଫଳରେ ସୋମବାର ଦିନ ଛାତ୍ରଛାତ୍ରୀ ମାନେ ସ୍କୁଲ ଗେଟ୍ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀ ମାନେ ଭୋକରେ ଘରକୁ ଚାଲି ଯାଇଥିଲେ । ଉକ୍ତ ସ୍କୁଲରେ ୩ ଜଣ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ସମସ୍ତ ଶିକ୍ଷକ ଅନୁପସ୍ଥିତ ଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.