ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରକାରୀ ଅର୍ଥ ତୋଷାରପାତ ଅଭିଯୋଗରେ ସ୍କୁଲ କମିଟି ସଭାପତିଙ୍କୁ ତିନି ବର୍ଷ ଜେଲ

ଫୁଲବାଣୀ,୨୭/୨ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଆସିଥିବା ସରକାରୀ ଅନୁଦାନକୁ ହଡପ କରିଥିବା ଅଭିଯୋଗର ବିଚାର କରି ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜନୈକ ତତ୍କାଳୀନ ସ୍କୁଲ କମିଟି ସଭାପତିଙ୍କୁ ତିନି ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥି ସହ ଦୋଷୀଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ରାଇକିଆ ବ୍ଲକ ସିକବାଡି ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ତତ୍କାଳୀନ ସଭାପତି ମନୋଜ ପ୍ରଧାନ । ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୮ ଲକ୍ଷ ୯୬ ହଜାର ୪୦୦ ଟଙ୍କା ଅନୁଦାନ ମିଳିଥିଲା । ଏଥି ମଧ୍ୟରୁ ୮ ଲକ୍ଷ ଟଙ୍କା ଉଠାଯାଇ କାମ ଆରମ୍ଭ କରାଯାଇଥିଲା । କିନ୍ତୁ କାମ ସମ୍ପୂର୍ଣ୍ଣ ନ ହୋଇ ଅଧାରୁ ବନ୍ଦ ରହିଥିଲା । ଏଥିରେ ଅର୍ଥ ତୋଷାରପାତ ହୋଇଥିବା ନେଇ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଅଭିଯୋଗ ହେବାରୁ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୫୭/୧୭ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ମାତ୍ର ୨ ଲକ୍ଷ ୧୬ ହଜାର ୩୧୦ ଟଙ୍କା ଖର୍ଚ୍ଚ କରାଯାଇ ବଳକା ୫ ଲକ୍ଷ ୮୩ ହଜାର ୬୯୦ ଟଙ୍କା ଆତ୍ମସାତ କରାଯାଇଥିବା ଜଣାପଡିଥିଲା । ଫଳରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଦାଲତରେ କେସ ଚାଲିଥିଲା । ଆଜି ଏହି ମାମଲାର ଶୁଣାଣୀ କରି ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଅନ୍ୟତମ ଅଭିଯୁକ୍ତ ତଥା ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କ ଇତି ମଧ୍ୟରେ ପରଲୋକ ହୋଇ ଯାଇଥିବାରୁ ତାଙ୍କ ବିରୋଧରେ ମାମଲା ବନ୍ଦ ହୋଇ ଯାଇଥିଲା । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.