ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାଗାର୍ଜୁନ ସାଗର ବନ୍ଧରେ ତେଲଙ୍ଗାନା-ଆନ୍ଧ୍ର ମୁହାଁମୁହିଁ, ଉତ୍ତେଜନା ରୋକିବାକୁ ସିଆରପିଏଫ୍ ଯବାନଙ୍କୁ ମୁତୟନ କଲା କେନ୍ଦ୍ର

ହାଇଦ୍ରାବାଦ, ୦୨/୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନ ଭୋଟିଂର ଠିକ୍ ପୂର୍ବରୁ ଆନ୍ଧ୍ରପ୍ରଦେଶ ନାଗାର୍ଜୁନ ସାଗର ବନ୍ଧକୁ କବଜା କରି ନେଇଥିଲା । ଡ୍ୟାମକୁ କବଜା କରିବା ପରେ ଆନ୍ଧ୍ରପ୍ରଦେଶ ଗେଟ୍ ଖୋଲି ଦେଇ ପାଣି ଛାଡ଼ିଥିଲା । ଯାହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

କୃଷ୍ଣା ନଦୀ ଉପରେ ନିର୍ମିତ ନାର୍ଗାଜୁନ ସାଗର ବନ୍ଧ ତେଲଙ୍ଗାନା ସରକାରଙ୍କ ନିୟନ୍ତ୍ରଣରେ ରହିଛି । ନଦୀର ପାଣିକୁ ନେଇ ପୂର୍ବରୁ ବି ୨ ରାଜ୍ୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗୁରୁବାର ତେଲଙ୍ଗାନାରେ ମତଦାନ ପ୍ରସ୍ତୁତି ଚାଲିଥିବା ବେଳେ ରାତି ୨ଟାରେ ଆନ୍ଧ୍ରପ୍ରଦେଶର ପ୍ରାୟ ୭୦୦ ପୋଲିସ ବନ୍ଧକୁ ଅକ୍ତିଆର କରି ନେଇ ଡାହାର ପାର୍ଶ୍ୱ ଗେଟ୍ ଖୋଲି ଦେଇଥିଲେ ।

ଭୋଟିଂ ଚାଲିଥିବା ବେଳେ ତେଲଙ୍ଗାନାରେ ପଶି ଡ୍ୟାମର ଗେଟ୍ ଖୋଲିଦେଲା ଆନ୍ଧ୍ର ପୋଲିସ

ଗେଟ୍ ଖୋଲିବା ଫଳରେ ପ୍ରତି ଘଣ୍ଟା ୫୦୦ କ୍ୟୁସେକ୍ ଜଳ କୃଷ୍ଣା ନଦୀରୁ ଆନ୍ଧ୍ରପ୍ରଦେଶକୁ ଯାଉଛି । ଆନ୍ଧ୍ରପ୍ରଦେଶର ଜଳସେଚନ ମନ୍ତ୍ରୀ ଗୁରୁବାର ସୋସିଆଲ୍ ମିଡିଆରେ ଲେଖିଥିଲେ, ଆମେ ପଇବା ପାଣି ପାଇଁ ନାଗାର୍ଜୁନ ଡ୍ୟାମର ଡାହାଶ ପାର୍ଶ୍ୱ ଗେଟ୍ ଖୋଲି ଦେଇଛୁ ।

ମନ୍ତ୍ରୀ ଆହୁରି କହିଛନ୍ତି, ଆନ୍ଧ୍ର ଓ ତେଲଙ୍ଗାନା ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଯେତିକି ପାଣି ଦେବା କଥା ଆମେ ସେତିକି ନେଇଛୁ । ଆମେ କୌଣସି ଚୁକ୍ତି ଉଲ୍ଲଂଘନ କରି ନାହୁଁ । କୃଷ୍ଣା ନଦୀର ୬୬ ପ୍ରତିଶତ ପାଣି ଉପରେ ଆନ୍ଧ୍ରପ୍ରଦେଶର ଅଧିକାର ରହିଛି । ଯେତେବେଳେ କି ୩୪ ପ୍ରତିଶତ ପାଣି ତେଲଙ୍ଗାନାର ।

କେମିତି ଫିଟିବ ଫିଲିସ୍ତିନ ମାମଲାରେ ସମାଧାନର ବାଟ ? ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲୀୟ ରାଷ୍ଟ୍ରପତିଙ୍କୁ ଦେଲେ ଏହି ପରାମର୍ଶ

ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ୨ ରାଜ୍ୟ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି । ନଭେମ୍ବର ୨୮ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ନାଗାର୍ଜୁନ ଡ୍ୟାମରୁ ପାଣି ଛାଡ଼ିବାକୁ କହିଛନ୍ତି । ଏଥିସହ ବନ୍ଧରେ ସୃଷ୍ଟି ଉତ୍ତେଜନାକୁ ଦେଖି ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.