ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ରାଷ୍ଟ୍ରପତିଙ୍କ ସମ୍ବଲପୁର ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ସ୍ଥିତି ନିରୀକ୍ଷଣ କଲେ ଏସପି ମୁକେଶ ଭାମୁ ଓ ଆଇଜି ଦୀପକ କୁମାର

ସମ୍ବଲପୁର, ୧୮/୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨ ଦିନିଆ ସମ୍ବଲପୁର ଗସ୍ତ ନେଇ ଜିଲ୍ଲା ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବା ୩ ଟି ସ୍ଥାନକୁ ଏସପି ମୁକେଶ ଭାମୁ ଓ ଆଇଜି ଦୀପକ କୁମାର ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିଛନ୍ତି। ୩୫ ପ୍ଲାଟୁନ ପୋଲିସ ଫୋର୍ସ , ୧୫୦ ଅଫିସର ସହ SPG ସୁରକ୍ଷା ଦାୟିତ୍ବରେ ରହିବେ। ମହାମହିମଙ୍କ କାରକେଡ୍ ଆସିବା ବେଳେ ସେହି ରାସ୍ତା ବନ୍ଦ ରହିବ। ଏହାସହ ଏମସିଏଲ ହ୍ୟାଲିପ୍ୟାଡରେ ଟ୍ରାଏଲ ରନ୍ କରିଛି ଏୟାରଫୋର୍ସର ଏମଆଇ-୧୭ ଏୟାରକ୍ରାଫ୍ଟ।

ମହାମହିମ ୨୧ ତାରିଖ ଅପରାହ୍ନରେ ବୁର୍ଲା ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏହା ପରେ ସନ୍ଧ୍ୟାରେ ମାଁ ସମଲେଶ୍ବରୀ ମନ୍ଦିର ଦର୍ଶନ ପାଇଁ ପହଞ୍ଚିବେ ।  ୨୨ ତାରିଖ ସକାଳ ୧୦ ଟାରେ ଶାସନ ସ୍ଥିତ ପାବନସରୋବର ପ୍ରଜାପିତା ବ୍ରହ୍ମା କୁମାରୀ ଆଶ୍ରମରେ "ନୂତନ ଭାରତ ନୂତନ ଶିକ୍ଷା" କାର୍ଯ୍ୟକ୍ରମରେ ଯୋଗ ଦେବେ । 


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.