ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହଲିଉଡ୍‌ ଆକ୍ସନ୍‌ ଥ୍ରିଲରରେ ନଜର ଆସିବେ ଶୋଭିତା, କହିଲେ-'କ୍ୟାରିୟର ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ'

ମୁମ୍ବାଇ ୨୮/୦୧: ୨୦୧୬ରେ ମୁକ୍ତିଲାଭ କରିଥିବା ‘ରମଣ ରାଘବ ୨.୦’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଶୋଭିତା ଧୁଲିପାଲା । ଅନୁରାଗ କଶ୍ୟପଙ୍କର ସେହି ଫିଲ୍ମରେ ଶୋଭିତାଙ୍କର ଅଭିନୟକୁ ବେଶ୍‌ ପ୍ରଶଂସା ମିଳିଥିଲା । ତା’ପରେ ମଲ୍ଟିଷ୍ଟାରର ‘ଘୋଷ୍ଟ ଷ୍ଟୋରିଜ୍‌’ରେ ତାଙ୍କୁ ଦେଖିବାକୁ ମିଳିଥିଲା । କିଛି ଦକ୍ଷିଣ ଭାରତୀୟ ଫିଲ୍ମ, ୱେବ୍‌ସିରିଜ୍‌ରେ ବି କାମ କରିଥିଲେ ସେ । ନିକଟରେ ଶୋଭିତାଙ୍କ ଅଭିନୀତ ପ୍ରଥମ ହଲିଉଡ୍‌ ଫିଲ୍ମ ‘ଦ ମଙ୍କି ମ୍ୟାନ୍‌’ର ଟ୍ରେଲର ରିଲିଜ୍‌ ହୋଇଛି । ସେଥିରେ ତାଙ୍କୁ ‘ସ୍ଲମଡଗ୍‌ ମିଲେନିୟର’ ଫେମ୍‌ ଅଭିନେତା ଦେବ ପଟେଲଙ୍କ ବିପକ୍ଷରେ ଦେଖିବାକୁ ମିଳୁଛି ।

ଦେବ ପଟେଲ୍‌ ମଧ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଆସନ୍ତା ଏପ୍ରିଲ ୫ରେ ଫିଲ୍ମଟି ସାରା ବିଶ୍ୱରେ ମୁକ୍ତିଲାଭ କରିବ । ଏ ସଂପର୍କରେ ଏକ ସାକ୍ଷାତକାରରେ ଶୋଭିତା କହିଛନ୍ତି, ଏହି ଆକ୍ସନ୍‌ ଥ୍ରିଲର ଫିଲ୍ମ ଲାଗି ମୁଁ ୨୦୧୬ରେ ଅଡିସନ୍‌ ଦେଇଥିଲି । ଏତେ ବର୍ଷ ପରେ ତାହା ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଥିବାରୁ ଉତ୍ସାହିତ ଅଛି । ବିଶେଷକରି ଦେବ ପଟେଲଙ୍କ ସହ କାମ କରିବା ନିଶ୍ଚିତ ଭାବେ ମୋ କ୍ୟାରିୟର ପାଇଁ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରୁଛି ।

‘ଦ ମଙ୍କି ମ୍ୟାନ୍‌’ରେ ଦେବ-ଶୋଭିତାଙ୍କ ବ୍ୟତୀତ ମକରନ୍ଦ ଦେଶପାଣ୍ଡେ, ସିକନ୍ଦର ଖେର୍‌, ବିପିନ୍‌ ଶର୍ମା, ଅଦିତି କାଲଙ୍କୁଟେ, ଅଶ୍ୱିନୀ କାଲସେକର ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ସୂଚନାଥାଉକି, ଏହି ଫିଲ୍ମଟି ଭାରତୀୟ ପୃଷ୍ଠଭୁମିରେ ନିର୍ମିତ । ଫିଲ୍ମର ନାୟକ(ଦେବ ପଟେଲ) ପିଲାଦିନରୁ ନିଜର ମା’ଙ୍କୁ ହରାଉଛନ୍ତି । ବଡ଼ ହେବା ପରେ ସେ ନିଜ ମା’ଙ୍କୁ ହତ୍ୟା କରିଥିବା ଲୋକଙ୍କ ବିରୋଧରେ କିଭଳି ପ୍ରତିଶୋଧ ନେଉଛନ୍ତି ତାକୁ ଚିତ୍ରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.