ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାୟିକା ମଲ୍ଲିକା ରାଜପୁତଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନେଇ ସନ୍ଦେହ କରୁଛି ପୋଲିସ

Image Courtesy: loksatta.com

ଲକ୍ଷ୍ନୌ: ଗାୟିକା, ୟୁଟ୍ୟୁବ ବ୍ଲଗର ତଥା ଅଭିନେତ୍ରୀ ବିଜୟଲକ୍ଷ୍ମୀ ଓରଫ ମଲ୍ଲିକା ରାଜପୁତଙ୍କ ମୃତ୍ୟୁ । ସନ୍ଦେହଜନକ ଅବସ୍ଥାରେ ଅଭିନେତ୍ରୀଙ୍କ ମୃତଦେହ ଜବତ କରିଛି ପୋଲିସ । ଫେବୃଆରୀ ୧୩ରେ ମଲ୍ଲିକାଙ୍କ ମୃତଦେହ ତାଙ୍କ ଘରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଉତ୍ତରପ୍ରଦେଶର ସୁଲତାନପୁର ବାସିନ୍ଦା ମଲ୍ଲିକା ଦୀର୍ଘଦିନ ହେଲା ଅବସାଦରେ ରହୁଥିବା ନେଇ ତାଙ୍କ ପଡ଼ୋଶୀ ପୋଲିସକୁ କହିଛନ୍ତି । 

କୋତବାଲି ଥାନାଧିକାରୀ କହିଛନ୍ତି ଯେ, ଗାୟିକା ମଲ୍ଲିକା ଆତ୍ମହତ୍ୟା କରିଥିବା ନେଇ ଆଶଙ୍କା କରାଯାଉଛି । ସେପଟେ ଏହି ମାମଲା ପଛରେ ଘରୋଇ କଳହ ନେଇ ମଧ୍ୟ ପୋଲିସ ସନ୍ଦେହ କରୁଛି । ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ  ପାଇଁ ପଠାଇଛି । ତେବେ ମଲ୍ଲିକା ରାଜପୁତଙ୍କ ମୃତ୍ୟୁ କିଭଳି ହୋଇଛି ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ହିଁ ସ୍ପଷ୍ଟ ହୋଇପାରିବ ।

 ୩୫ ବର୍ଷୀୟା ମଲ୍ଲିକା ରାଜୁପତ ଜଣେ ପ୍ରତିଷ୍ଠିତ ଗାୟିକା ସହ ଜଣେ ଅଭିନେତ୍ରୀ ଥିଲେ । ୨୦୧୪ରେ ଆସିଥିବା କଙ୍ଗନା ରଣାଓ୍ବତ ଅଭିନୀତ ‘ରଭିଲଭର ରାଣୀ’ରେ ସପୋର୍ଟିଂ ରୋଲରେ ନଜର ଆସିଥିଲେ ମଲ୍ଲିକା ରାଜପୁତ । 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.