ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମନ୍ଦିର ପାଖରେ ୭ ଦିନ ଧରି ପଡ଼ି ରହିଲା ଗାଈର ଶବ, ଶୁଣିଲାନି ପ୍ରଶାସନ... ଶେଷରେ ଶବ ସତ୍କାର କଲେ ସମାଜସେବୀ

ଫିରିଙ୍ଗିଆ, ୨୭/୦୨: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା କଡ଼ରେ ସାତଦିନ ଧରି ମରି ପଡ଼ିଥିବା ଏକ ଗାଈର ଗଳିତ ଶବକୁ ସମାଜସେବୀ ସତ୍କାର କରିଛନ୍ତି। 

ସୂଚନା ଅନୁସାରେ, ଫିରିଙ୍ଗିଆ ସହରରେ ଥିବା ମା ପୀତବଳି ଦେବୀଙ୍କ ମନ୍ଦିର ପଛପଟେ ତଥା ଫିରିଙ୍ଗିଆ ଗୋଛାପଡା ମୁଖ୍ୟ ରାସ୍ତାର ଅଟୋଷ୍ଟାଣ୍ଡ ନିକଟରେ ଏକା ଗାଈ କୌଣସି କାରଣବଶତଃ ମରିଯାଇଥିଲା। ଅଞ୍ଚଳବାସୀ ଗାଈର ଶବକୁ ଅନ୍ୟତ୍ର ନେବା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ। ଗାଈଟି ମରିବାର ସାତଦିନ ପରେ ମଧ୍ୟ୍ୟ କେହି ମୃତ ଗାଈକୁ ଅନ୍ୟତ୍ର ନେବାପାଇଁ କୌଣସି ବ୍ୟବସ୍ଥା କରିନଥିଲେ। ଗାଇଟିର ମୃତଦେହ ସେହି ସ୍ଥାନରେ ପଚିସଢ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିଵା ସହ ଦୁର୍ଗନ୍ଧରେ ଅଞ୍ଚଳଟି ଫାଟି ପଡୁଥିଲା। ବିଶେଷ କରି ଏହି ରାସ୍ତା ଦେଇ ଯାଉଥିବା ଲୋକମାନଙ୍କ ସହ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ନାହିଁନଥିଵା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ତେବେ ପ୍ରଶାସନର ଅସହଯୋଗ ପାଇଁ ବାଧ୍ୟ ହୋଇ ମଙ୍ଗଳବାର ଫିରିଙ୍ଗିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଅଞ୍ଚଳର ବିଶିଷ୍ଠ ସମାଜସେବି ଆଦିବାସୀ ନେତା ବିଶ୍ୱରଞ୍ଜନ କହଁର ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏକ ଜେସିବି ଆଣି ମୃତ ଗାଈର ଗଳିତ ଶବକୁ ସତ୍କାର କରିଥିଲେ। ତେବେ ଏହି ଯୁବ ସମାଜସେବୀଙ୍କୁ ଗାଈର ସତ୍କାର କରିବାରେ ଅଟୋ ଚାଲାକ ସଙ୍ଘର କିଛି ସଦସ୍ୟ ଓ ତପନ କୁମାର ବେହେରା ସହଯୋଗ କରିଥିଲେ। ଅନ୍ୟପଟେ ପୂର୍ବତନ ସରପଞ୍ଚଙ୍କ ଏଭଳି ପ୍ରୟାସକୁ ଫିରିଙ୍ଗିଆ ଅଞ୍ଚଳରେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.